Below header

କୁମାର ପୂର୍ଣ୍ଣମୀରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଶହେ ମିଟରରେ ନୂଆ ଜାତୀୟ ରେକର୍ଡ଼ ଓ ସ୍ୱର୍ଣ୍ଣ ପଦକ ପରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ରେ ମଧ୍ୟ ନିଜ କରିସ୍ମା ଦେଖାଇଛନ୍ତି । ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଦୂତୀ ୨୩.୧୭ ସେକେଣ୍ଡେ ନେଇ ପ୍ରଥମ ହୋଇଛନ୍ତି ।

DUTEE-2

ଆଜି ଶେଷ ହେଉଥିବା ଏହି ଚାମ୍ପିଅନ୍‌ସିପରେ ଦୂତୀ ପୂର୍ବରୁ ୧୦୦ ମିଟର ସେମିଫାଇନାଲ୍‌ରେ ୧୧.୨୨ ସେକେଣ୍ଡ ନେଇ ନିଜର ଜାତୀୟ ରେକର୍ଡ଼ ଭଙ୍ଗି କରିଥିଲେ ଏବଂ ଫାଇନାଲ୍‌ରେ ୧୧.୨୫ ସେକେଣ୍ଡରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

DUTEE-3

ଏହି ସଫଳତା ପରେ ଦୂତୀ କହିଛନ୍ତି ଆଗକୁ ରାଜ୍ୟ ଦେଶ ପାଇଁ ଆହୁରି ସଫଳତା ଆଣିବି । ତାଙ୍କୁ ଉତ୍ସାହିତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.