Below header

ଭୁବନେଶ୍ୱର : କୁମାର ପୂର୍ଣ୍ଣମୀରେ ଡ୍ରେସ୍‌ ନହେବାରୁ କୀଟନାଶକ ଖାଇ ଆତ୍ମହତ୍ୟା କଲା ନାବାଳିକା

ଭୁବନେଶ୍ୱର (କେ ନ୍ୟୁଜ୍‌) : ନାଁ-ଚାନ୍ଦିନୀ ସାହୁ । ବୟସ ୧୫ ବର୍ଷ । ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ପାଣିକଟା ଗାଁରେ । ପାଣିକଟା ଗାଁର ମଦନ ସାହୁଙ୍କ ଝିଅ ହେଉଛି ଚାନ୍ଦିନୀ । ଆଜି କୁମାର ପୂର୍ଣ୍ଣମୀ । ଚାନ୍ଦିନୀର ସବୁ ସାଙ୍ଗମାନେ ଆଜି ନୂଆ ଡ୍ରେସ୍‌ ପିନ୍ଧୁଛନ୍ତି । ତେଣୁ ଚାନ୍ଦିନୀ ବି ଘରେ ଦାବି କରିଥିଲା ନୂଆ ଡ୍ରେସ୍‌ । ହେଲେ ଡ୍ରେସ୍‌ ବଦଳରେ ତାକୁ ମିଳିଲା ଗାଳି ମାଡ଼ । ତାର ସ୍ୱାଭିମାନକୁ ଆଘାତ ଲାଗିଲା । ଆଉ ଘରେ ଚାଷ ପାଇଁ ଥିବା ଦାନାଦାର କୀଟନାଶକ ପିଇ ଦେଲା ଚାନ୍ଦିନୀ । ଘର ଲୋକ ଜାଣିବା ବେଳକୁ ଡେରି ହୋଇ ସାରିଥିଲା । ତଥାପି ଭାଇ ମେଡିକାଲକୁ ଆଣିଥିଲା । ପ୍ରଥମେ ବାଳକାଟି ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସପିଟାଲରେ ଚାନ୍ଦିନୀକୁ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ନୂଆ ଡ୍ରେସ୍‌ ତ ପାଇଲାନି ହେଲେ ଆଜି କୁମାର ପୂର୍ଣ୍ଣମୀ ଭଳି ଦିନରେ ଚାନ୍ଦ ବି ପୂଜି ପାରିଲାନି ଚାନ୍ଦିନୀ । ସବୁ କୁମାରୀ ଝିଅମାନେ ଏବେ ଖୁସି ମନାଉଥିବା ମେଳେ ମଦନ ସାହୁଙ୍କ ଘରେ କାନ୍ଦ ବୋବାଳି ପଡ଼ିଛି ।

ଏପଟେ ଚାନ୍ଦିନୀର ମୃତଦେହ ରହିଛି କ୍ୟାପିଟାଲ ହସପିଟାଲରେ । ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.