ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲା, ବ୍ୟକ୍ତିଗତ ହାଜର ହେଲେ ASI ସୁପରିଣ୍ଟେଣ୍ଡେଣ୍ଟ

ନୂଆଦିଲ୍ଲୀ: ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲା। ବ୍ୟକ୍ତିଗତ ହାଜର ହେଲେ ASI ସୁପରିଣ୍ଟେଣ୍ଡେଣ୍ଟ। ଡିଜି ASI ଓ ASI ଜଏଣ୍ଟ ଡିଜି କନଷ୍ଟ୍ରକ୍ସନ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି। ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲାରେ ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ପାଇଁ ଆବେଦନ କରି ଦିଲ୍ଲୀପ ମହାପାତ୍ର ଏକ ପିଟିସନ ଦାୟର କରିଛନ୍ତି । ଏହାସହ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତିକୁ କୋଣାର୍କ ସ୍ଥାନାନ୍ତର କରି ସେଠାରେ ପୂଜାର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସେ ଆବେଦନ କରିଛନ୍ତି । ସୂର୍ଯ୍ୟ ମନ୍ଦିର ପଥର ଖଣ୍ଡ ଗୁଡିକ ସେହି ସ୍ଥାନରେ ପଡିଥିବା ବେଳେ ତାକୁ ବ୍ୟବହାର କରି ମନ୍ଦିର ନିର୍ମାଣ କରାଯିବ ବୋଲି ଆବେଦନରେ ଦର୍ଶାଇଛନ୍ତି । କେନ୍ଦ୍ର ସରକାର ଓ ASI ଏଥିପାଇଁ ବ୍ୟୟ ବରାଦ କରନ୍ତୁ ବୋଲି ସେ ଆବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.