ଖ୍ୟାତି ଆଣିଲା କୋଣାର୍କ ଚକ୍ର: ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ପାଇଲା ସ୍ଥାନ

କେନ୍ୟୁଜ୍(ବ୍ୟୁରୋ): ଖ୍ୟାତି ଆଣିଲା କୋଣାର୍କ ଚକ୍ର। ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ସ୍ଥାନ ପାଇଛି କୋଣାର୍କ ଚକ୍ର। ଲୋଗୋର କେନ୍ଦ୍ରରେ ରହିଛି କୋଣାର୍କ ଚକ୍ର। ଅକ୍ଟୋବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକ। ଇଣ୍ଟରପୋଲ ଲୋଗୋରେ କୋଣାର୍କ ଚକ୍ର ସଂସ୍ଥାର ୨୪ଘଣ୍ଟିଆ କାର୍ଯ୍ୟଶୈଳୀକୁ ସୂଚାଉଛି।

ଲୋଗୋ ତିନିପାଖରେ ଥିବା ଗୋଲାକାର ଘେରା ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟରପୋଲର ଗଭୀର ସଂପର୍କ, ବିଶ୍ୱରେ ନିରାପତ୍ତାର ସଂରକ୍ଷଣ ପାଇଁ ନିରନ୍ତର ପ୍ରତିବଦ୍ଧତା ଓ ଆଇନ ପ୍ରବର୍ତ୍ତନ ଲକ୍ଷ୍ୟର ସଫଳତାକୁ ଦର୍ଶାଉଛି। ଏହି ତିନି ଗୋଲାକାରା ଘେରା ଭାରତୀୟ ଜାତୀୟ ପତାକାର ତିନି ରଙ୍ଗକୁ ଦର୍ଶାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.