ହର ଘର ତ୍ରିରଙ୍ଗା ଅଭିଯାନ: ନୂଆ ଓଡ଼ିଆ ଗୀତ ଉଡ଼ରେ ତ୍ରିରଙ୍ଗା ଉଡ଼ ଗାଇ ଚର୍ଚ୍ଚାରେ କୋରାପୁଟ ଅକ୍ଷୟ ସମାରିଲିଆ

କୋରାପୁଟ(କେନ୍ୟୁଜ୍): ଉଡ଼ରେ ତ୍ରିରଙ୍ଗା ଉଡ଼ । ଦେଶର ସବୁ ଥାନେ ଉଡ଼ । କୋରାପୁଟ ଦେଶମନ୍ତପୁରର ଯୁବ ଗାୟକ ଅକ୍ଷୟ କୁମାର ସେମର୍ଲିଆଙ୍କ ଗୀତ ଏବେ ନୂଆ ଟ୍ରେଣ୍ଡ ତିଆରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ହର ଘର ତ୍ରିରଙ୍ଗାର ଆହ୍ବାନ ଦେଇଛନ୍ତି । ଦେଶର ପ୍ରତ୍ୟକ ନାଗରିକ ନିଜ ଘରେ ତିରଙ୍ଗା ଉଡେଇବା ପାଇଁ ଆହ୍ବାନ କରିଛନ୍ତି ।

ଏହାକୁ ନେଇ କୋରାପୁଟ ଦେଶିଆ ଭାଷାରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଏକ ସୁମଧୁର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ସେମର୍ଲିଆ । ଏହି ଗୀତକୁ ବି ଶ୍ରୋତା ବହୁତ ପସନ୍ଦ କରିଛନ୍ତି । ବିଭୁତି ସ୍ବାଇଁ ରଚିତ ଦେଶ ପ୍ରେମ ଭରା ଏଇ ଗୀତକୁ ଗାଇଛନ୍ତି ସେମର୍ଲିଆ । କୋରାପୁଟିଆ ଆଦିବାସୀଙ୍କ ପାରମ୍ପରିକ ଧୁନରେ ପ୍ରସ୍ତୁତ ଏଇ ଗୀତ ଶ୍ରୋତାଙ୍କୁ ବିଭୋର କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.