ବିଜୁ ବାବୁଙ୍କ ଡାକୋଟା ବିମାନକୁ କୋରାପୁଟରେ ରଖିବାକୁ ଅନୁରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଡୁମୁରିପୁଟ ଗ୍ରାମବାସୀ

କୋରାପୁଟ: ବିଜୁ ବାବୁଙ୍କ ଡାକୋଟା ବିମାନକୁ କୋରାପୁଟରେ ରଖିବାକୁ ଅନୁରୋଧ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଡୁମୁରିପୁଟ ଗ୍ରାମବାସୀ। କୋରାପୁଟ-ସୁନାବେଡା ରାସ୍ତାର ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ନିଜର ଜମି ଦେବାକୁ ଗ୍ରାମର ଉତ୍ତର କବାଟ ଆପାରାଓ ପରିବାର ପକ୍ଷରୁ ଏ ନେଇ ଆଗ୍ରହ ପ୍ରକାଶ ପାଇଛି । ସୁନାବେଡା ହାଲ୍‌ ନିର୍ମାଣରେ ବିଜୁ ବାବୁଙ୍କ ସଂପୂର୍ଣ୍ଣ ଭୂମିକା ରହିଛି। ହାଲ୍‌ର ପ୍ରଥମ ପୋଷ୍ୟ ଗ୍ରାମ ଭାବେ ଡୁମୁରିପୁଟକୁ ଗ୍ରହଣ କରାଯାଇଛି। ତେଣୁ ବିଜୁ ବାବୁଙ୍କ ସମ୍ମାନ ଓ ତାଙ୍କ ସ୍ମୃତି ରକ୍ଷା ପାଇଁ ଏଠାରେ ଡାକୋଟା ବିମାନ ହେରିଟେଜ୍‌ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.