ଓଡିଶାକୁ ଗର୍ବିତ କଲେ କୋରାପୁଟର ମହିଳା ପୋଲିସ୍ ଅଧିକାରୀ ସୁମିତ୍ରା ଜେନା, ତଦନ୍ତରେ ଉତ୍କର୍ଷତା ପାଇଁ ପାଇବେ ପୋଲିସ୍ ପଦକ !

କୋରାପୁଟ(କେନ୍ୟୁଜ୍): ଓଡିଶାକୁ ଗର୍ବିତ କରିଛନ୍ତି କୋରାପୁଟର ମହିଳା ପୋଲିସ । ତଦନ୍ତରେ ଉତ୍କର୍ଷତା ପାଇଁ ପୋଲିସ ପଦକ ପାଇବାକୁ ବିବେଚିତ ହୋଇଛନ୍ତି ପୋଲିସ ଅଧିକାରୀ DIB,DSP ସୁମିତ୍ରା ଜେନା । ୨୦୧୬ ମସିହାରେ ଜଣେ ଅଜଣା ବିବାହିତ ମହିଳାଙ୍କୁ ହତ୍ୟା କରି ଡ୍ୟାମରେ ଫୋପାଡି ଦେଇଥିବା ଘଟଣାରେ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାର ତଦନ୍ତ କରି ୪ଜଣ ଦୋଷୀଙ୍କୁ ଦଣ୍ଡ ଦେବାରେ ସଫଳ ହୋଇଥିଲା । ତଦନ୍ତରେ ସଫଳତା ସହ ଦୋଷୀକୁ ଦଣ୍ଡ ଦେବାରେ ସଫଳତା ପାଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସୁମିତ୍ରା ଜେନା। ଓଡିଶାରୁ ପଦକ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା୪ ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ସୁମିତ୍ରା ଜେନା ହେଉଛନ୍ତି ଜଣେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.