Below header

କୁମାରୀଙ୍କ ପର୍ବ କୁମାର ପୂର୍ଣ୍ଣମୀରେ କରୋନା ବି ଫିକା କରି ପାରିନାହିଁ ଉତ୍ସାହ

ପିପିଲି: ଆମ ଓଡିଆ ପରମ୍ପରାରେ ବାର ମାସରେ ପାଳନ ହୋଇଥାଏ ତେର ପର୍ବ। ଓଡ଼ିଶାରେ ପ୍ରତି ତିଥି ବାର ନକ୍ଷେତ୍ରକୁ ନେଇ କିଛି ନା କିଛି ପର୍ବ ପର୍ବାଣୀ ପାଳନ କରା ଯାଇଥାଏ । ସେଥି ମଧ୍ଯରୁ କୁମାରୀ ମାନଙ୍କ ପାଇଁ ଆଶ୍ୱିନ ମାସର ପୂଣ୍ଣିମା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନ କୁମାରୀ ଟିଏ ପାଳନ କରେ କୁମାରୀ ବ୍ରତ ବା କୁମାର ପୂର୍ଣ୍ଣିମା । ତେବେ ପୁରୀ ଜିଲ୍ଲା ପିପିଲି ବ୍ଲକ ଡ଼ିହସାହି ଗ୍ରାମରେ କୁମାରୀ ଝିଅମାନେ କିଭଳି କୁମାର ପୂର୍ଣ୍ଣମୀ ପାଳନ କରିଛନ୍ତି ଆସନ୍ତୁ ଦେଖିବା ।

purnimaକୁମାର ପୂର୍ଣ୍ଣିମା । ଏହି ଦିନର ବିଶେଷତ୍ୱ ହେଉଛି ଏହି ଦିନରେ କୁମାର କାର୍ତିକେୟଙ୍କର ଜନ୍ମ ହୋଇଥିଲା । ଆଶ୍ୱିନ ମାସର ପୂର୍ଣ୍ଣିମା ତଥା କାର୍ତିକ ମାସର ଆରମ୍ଭରେ ଏହି ପୂଜା ପାଳନ କରାଯାଇଥାଏ । ତେବେ ଏହା କୁମାରୀମାନଙ୍କର ଏକ ବିଶେଷ ପର୍ବ ବୋଲି ମଧ୍ୟ ବିବେଚନା କରାଯାଇଥାଏ । ଆଶ୍ୱିନ ମାସ ପୂର୍ଣ୍ଣିମା ଦିନ ବଡ଼ି ଭୋରରୁ ଉଠି କୁମାରୀମାନେ ପ୍ରଥମେ ଧାନ ଲଗା ଖଇ ବା ଲିଆକୁ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ସାତ ଆଞ୍ଜୁଳା ଖଇରେ ନଡ଼ିଆ ଗୁଆ କଦଳୀ ଆଖୁ ଜହ୍ନି କଷି ଆଦି ଦେଇ ଆଞ୍ଜୁଳା ଟେକି ଥାନ୍ତି ।

foodସକାଳୁ ପୂଜା କରାଯାଇଥିବା ଖଇ ବା ଲିଆକୁ ଛେନା କଦଳୀ ନଡ଼ିଆ ଦହି ଆଦି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରା ଯାଇଥାଏ । ଏହାକୁ ସଂଧ୍ୟାରେ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଚଉରା ମୂଳେ ଜହ୍ନି ପତ୍ରରେ ଚନ୍ଦ୍ରର ଆକାର ଦେଇ ଚନ୍ଦ୍ରକୁ ପୂଜା କରାଯାଇଥାଏ । କୁମାର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତ ଗାଇଥାନ୍ତି କୁମାରୀମାନେ ।

ଏହି ପର୍ବରେ ଠିଆ ପୁଚି ସାଙ୍ଗକୁ ବସିଲା ପୁଚି ମଧ୍ୟ ଖେଳିଥାନ୍ତି । ପୂଜା ସମୟରେ ଚନ୍ଦ୍ର ଦେବତାଙ୍କୁ କୁମାରୀମାନେ କାର୍ତିକେୟଙ୍କ ପରି ସୁନ୍ଦର ବର ମାଗିଥାନ୍ତି । ଶେଷରେ ପୋଖରୀ କୂଳକୁ ଯାଇ କୁମାରୀମାନେ ଭୋଗକୁ ଅର୍ପଣ କରିବା ପରେ ବଳକା ଭୋଗକୁ ପରସ୍ପର ମଧ୍ୟରେ ଖୁଆ ଖୁଇ ହୋଇ ସାରା ଜୀବନ ନାଁ ଧରା ଧରି ନ ହୋଇ ଚାନ୍ଦ ନାମରେ ଉଚ୍ଚାରଣ କରି ଡାକିଥାନ୍ତି । ସତରେ ଗାଁ ଗହଳିରେ ଦେଖା ଯାଉଥିବା ଏହି କୁମାରୀ ପୂଣ୍ଣିମା ସହରର ଝିଲମିଲ ଆଲୁଅରେ ହଜି ଯାଇଥିଲେ ମଧ୍ୟ ନିଜର ସ୍ୱତନ୍ତ୍ରତା ବଜାଇ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.