ଫ୍ୟାନ୍ସ ମାନଙ୍କ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ବିବାହ ବନ୍ଧନରେ ବାନ୍ଧିହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ, ଭାଇରାଲ ହେଉଛି କିଛି ଫଟୋ….

ବଲିଉଡ ସମେତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବ୍ୟବସାୟୀ ଗୌତମ କିଚଲୁଙ୍କୁ ନିଜ ଜୀବନ ସାଥି ଭାବରେ ବାଛିଛନ୍ତି କାଜଲ ବିବାହ ଆୟୋଜନ ମୁମ୍ବାଇ ସ୍ଥିତ ତାଜ ହୋଟେଲରେ ବେଶ ଯାକଯମକରେ କରାଯାଇଥିଲା କରୋନା କଟକଣା କାରଣରୁ ଉତ୍ସବରେ ପରିବାର ସଦସ୍ୟଙ୍କ ବ୍ୟତୀତ ମାତ୍ର କେତେ ଜଣ ନିକଟତର ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ

kajol

କିନ୍ତୁ ନିଜ ବିବାହକୁ ଚିରସ୍ମରଣୀୟ କରିବା ପାଇଁ ପ୍ରସ୍ତୁତି ପର୍ବରେ କୌଣସି ପ୍ରକାର ଊଣା ରଖିନଥିଲେ କାଜଲ ତେବେ ଆସନ୍ତୁ କାଜଲ ଓ ଗୌତମଙ୍କ ବିବାହ ସମୟର କିଛି ଫଟୋ ଗୁଡିକୁ ଦେଖି ରଖନ୍ତୁ ଗୌତମ ଓ କାଜଲଙ୍କ ମୁହଁର ସେହି ହସ ଦେଖିଲେ ଆପଣ ବି ନିଶ୍ଚିନ୍ତ ରୂପେ ଜାଣି ପାରିବେ, ଦୁହେଁ ଦୁହିଁଙ୍କୁ ଜୀବନ ସାଥି ଭାବରେ ପାଇ କେତେ ଖୁସି ଅଛନ୍ତି

kajol

ବିବାହ ସମୟରେ କାଜଲ ଏକ ହାଲକା ଲାଲ ରଙ୍ଗର ଲେହେଙ୍ଗା ଓ ଆକର୍ଷଣୀୟ ଗହଣାରେ ଖୁବ ସୁନ୍ଦର ଦେଖାଯାଉଥିବା ବେଳେ ପତି ଗୌତମ ବି ଈଷତ ଧଳା ରଙ୍ଗର ସେରୱାନିରେ ବେଶ ହ୍ୟାଣ୍ଡସମ ନଜର ଆସୁଛନ୍ତି । ଅନ୍ୟପକ୍ଷରେ କାଜଲ ଅଗ୍ରୱାଲଙ୍କ ଫ୍ୟାନ୍ସ ମାନେ ଏହି ବିଶେଷ ମୁହୂର୍ତ୍ତର ଅପେକ୍ଷା ଦୀର୍ଘ ଦିନ ହେବ କରିଆସୁଥିଲେ kajol

କେବେ ସେମାନଙ୍କର ପ୍ରିୟ ଅଭେନେତ୍ରୀ ବିବାହ ବନ୍ଧନରେ ବାନ୍ଧିହେବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି | ସାତ ଜନ୍ମ ପାଇଁ ପ୍ରତିଶ୍ରୁତି ନେଲେ ଉଭୟ କାଜଲ ଓ ଗୌତମ

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.