ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ

ଗଞ୍ଜାମ: ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ । ଏସଓଜି ପକ୍ଷରୁ କମ୍ବିଂ ଅପରେସନ ବେଳେ ଗଞ୍ଜାମ କନ୍ଧମାଳ ସୀମାନ୍ତ ଚେଇପଲି ଗାଁ ନିକଟସ୍ଥ ଲଣ୍ଡବାଲି ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇ ନଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି ।

ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ଏସ୍‌ଓଜି ଟିମ । ସୀମାନ୍ତ ଲଣ୍ଡବାଲି ଜଙ୍ଗଲରୁ ଜୀବନ୍ତ ଗୁଳି ସହ ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ଡିଟୋନେଟର, କିଛି ଆର୍ଟିକିଲ, ମେଡ଼ିସିନ ଓ ମାଓ ସାମଗ୍ରୀ ଜବତ ହୋଇଛି । ତେବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ମାଓବାଦୀ ଏନକାଉଣ୍ଟରରେ ୭ ମାଓବାଦୀ ନିହତ ଓ କଳାହାଣ୍ଡି କନ୍ଧମାଳ ସୀମାନ୍ତ ସିରକି ଜଙ୍ଗଲରେ ୪ ମାଓବାଦୀ ନିହତ ପରେ କମ୍ବିଙ୍ଗ ଅପରେସନକୁ ଜାରି ରଖିଥିଲା ଏସଓଜି ଟିମ । ତେବେ ମାଓବାଦୀ ଦିଗ ପରିବର୍ତ୍ତନ କରି ଗଞ୍ଜାମ କନ୍ଧମାଳ ସୀମାନ୍ତ ଆଡେ ମୁହାଉଁଛନ୍ତି । ଏବେ ବି ଜଙ୍ଗଲ ରେ କମ୍ବିଂ ଅପେରସନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.