Below header

ଗ୍ଲୋବାଲ ଲିଷ୍ଟରେ Apple କୁ ପଛରେ ପକାଇଲା Xiaomi, Samsung ହାସଲ କଲା ପ୍ରଥମ ସ୍ଥାନ

ସାଉଥ କୋରିଆନ ଟେକ୍‌ନୋଲଜି କମ୍ପାନୀ samsung ଚୀନ କମ୍ପାନୀ huaweiକୁ ପୁଣି ଥରେ ପଛରେ ପକାଇ ନମ୍ବର ଓ୍ଵାନ ହୋଇଯାଇଛି। ମାର୍କେଟ ରିସର୍ଜ ଫାର୍ମ କାନାଲିସ୍‌ ସହିତ IDC ଏବଂ କାଉଣ୍ଟର ପଏଣ୍ଟ 2020ର ତୃତୀୟ ତ୍ରମାସିକ ଆକଳନ ଜାରି କରିଛି। ଏହି ଆକଳନ ଅନୁଯାୟୀ Samsung ର ମାର୍କେଟ ସେୟାର 22.7% ହୋଇଯାଇଛି ଏବଂ କମ୍ପାନୀ 80.4 ମିଲିୟନ ସ୍ମାଟଫୋନର ବିକ୍ରି କରି ସାରିଛି। ଏହି ବିକ୍ରି ପୂର୍ବ ବର୍ଷ ତୁଳନାରେ 2.9% ଅଧିକ ରହିଛି।

samsung2

ତେବେ କିଛି ସମୟ ପୂର୍ବରୁ Samsung ଏବଂ Huawei କମ୍ପାନୀ ମଧ୍ୟରେ ମୁକାବିଲା ଲାଗି ରହିଥିଲା। ତିନି ମାସ ପୂର୍ବେ Huawei କମ୍ପାନୀ Samsung କୁ ପଛରେ ପକାଇ ନମ୍ବର ଓ୍ଵାନ ସ୍ଥାନ ହାସଲ କରି ବିଶ୍ୱର ନମ୍ବର ଓ୍ଵାନ ସ୍ମାର୍ଟଫୋ କମ୍ପାନୀ ହୋଇଥିଲା।’କିନ୍ତୁ ବର୍ତ୍ତମାନ Samsung ଏହି ବାଜି ମାରି ନେଇଛି। ସେହିପରି ପ୍ରଥମ ଥର ପାଇଁ ଚୀନ ସ୍ମାର୍ଟଫୋନ ମେକର Xiaomi Apple କମ୍ପାନୀକୁ ପଛରେ ପକାଇ ତୃତୀୟ ସ୍ଥାନ ହାସଲ କରିଛି। 46.5 ମିଲିୟନ ସ୍ମାର୍ଟଫୋନ ବିକ୍ରି କରି ବର୍ତ୍ତମାନ ଗ୍ଲୋବାଲ ଲିଷ୍ଟରେ ତୃତୀୟ ସ୍ଥାନ ଅଧିକାର କରିଛି।ଏହାର ମାର୍କେଟ ସେୟାର13.1% ଥିବାବେଳେ Apple ର ମାର୍କେଟ ସେୟାର କମ୍‌ ହୋଇ 11.8% ହୋଇଯାଇଛି। ଚଳିତ ବର୍ଷ Apple କମ୍ପାନୀ ନିଜ ନୂଆ ଫୋନକୁ ଲେଟରେ ଲଞ୍ଚ କରିଥିବାରୁ ଏହାର ବିକ୍ରି ଆରମ୍ଭ ହେବାରେ ସମୟ ଲାଗିଥିଲା।

ପୃଥିବୀର ଟପ୍‌ ସ୍ମାର୍ଟଫୋନ ମେକର୍ସର ଲିଷ୍ଟରେ Apple ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ Vivo, Oppo ଏବଂ Realme ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନ ଅଧିକାର କରିଛି। ପଞ୍ଚମ ସ୍ଥାନ ଅଧିକାର କରିଥିବା vivo 31.5 ମିଲିୟ ସ୍ମାର୍ଟଫୋନ ବିକ୍ରି କରିଛିଏବଂ 8.9% ମାର୍କେଟ ସେୟାର ହାସଲ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.