Below header

ଯାଜପୁର:ବିଛାଖଣ୍ଡି ପାହାଡ଼ରେ ଅଘଟଣ, ଡ୍ରିଲିଂ କରୁଥିବା ସମୟରେ ପାହାଡ଼ରୁ ଖସିପଡ଼ି ଜଣେ ଶ୍ରମିକ ମୃତ ଓ ଅନ୍ୟ ଜଣେ ଗୁରୁତର

ଯାଜପୁର(କେନ୍ୟୁଜ): ବେଆଇନ କଳାପଥର ଖାଦାନରେ ଡ୍ରିଲିଂ କରୁଥିବା ସମୟରେ ଖସିପଡ଼ି ଜଣେ ଶ୍ରମିକ ମୃତ। ଅନ୍ୟଜଣେ ଗୁରୁତର ଭାବେ ଆହତ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡି କଳାପଥର ଖାଦାନରେ। ଆଜି ଏହି ଖାଦାନରେ ପଥର ଫଟାଇବା ଲାଗି ୨ଜଣ ଶ୍ରମିକ ଡ୍ରିଲିଂ କରୁଥିବା ସମୟରେ ହଠାତ ତଳକୁ ଖସି ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ଶ୍ରମିକ ଦ୍ୱୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ମୃତ ଶ୍ରମିକଙ୍କ ପରିଚୟ ମିଳି ପାରିନାହିଁ। ତେବେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ବାରମ୍ବାର ଏଭଳି ବେଆଇନ ଖାଦାନ ଗୁଡିକରେ ଘଟଣା ଘଟି ନିରୀହ ଶ୍ରମିକଙ୍କ ଜୀବନ ଯାଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.