ମୋରମ ଖୋଳୁ ଖୋଳୁ ପଥରରେ ଚାପି ହୋଇଗଲେ ଶ୍ରମିକ, ପୁଅ ଦେଖିଲା ବେଳକୁ ଆଉ ନାହାନ୍ତି ବାପା

ବାଂଶପାଳ(କେ ନ୍ୟୁଜ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ଅଧିନସ୍ଥ ଏକ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଆଜି ସକାଳେ ଗ୍ରାମର କୁଷ୍ନ ବେହେରା ଗାଁ ପାଖ ଏକ ପଥର ଖଣିକୁ ଯାଇ ପଥରକୁ ବାଡେଇ ମେଣ୍ଟାଲ କରୁଥିବା ସମୟରେ ଖଣି ଉପରୁ ଏକ ବଡ ପଥର ଧସି ପଡିଥିଲା । ତାଙ୍କ ଉପରେ ପଥର ପଡି ଯିବାରୁ ସେ ଚାପି ହୋଇ ତାଙ୍କର ମୁତ୍ୟୁ ହୋଇଛି । ବହୁ ସମୟ ଧରି ଚାପି ହୋଇଥିଲେ ଏବାବଦରେ ମଧ୍ୟ କେହି ବି ଜାଣିପାରି ନଥିଲେ । ଗ୍ରାମରେ ଆଜି ଭୋଜି ଥିବାରୁ କୁଷ୍ନ ବେହେରାଙ୍କ ସ୍ତ୍ରୀ ଗୋଲ ବେହେରା ସାନ ପୁଅ ନବୀନକୁ ବାପାଙ୍କୁ ଡାକି ଆଣିବା ପାଇଁ ପଠାଇଥିଲେ । ପୁଅ ନବୀନ ଖଣିକୁ ଯାଇ ଦେଖନ୍ତି ତ ବାପାଙ୍କୁ ଏକ ପଥର ଚାପି ଦେଇଛି ।

moram

ପରେ ସେ ଏବାବଦରେ ଘରକୁ ଆସି ଜଣେଇଥିଲେ । ଘଟଣା ବାବଦରେ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ବାଂଶପାଳ ଫାଣ୍ଡି ପୋଲିସ ପହଞ୍ଚି ଏକ ଜେସିବି ମେସିନ ସାହାଯ୍ୟରେ କୁଷ୍ନଙ୍କ ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ଶବକୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି । ଘଟଣା କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୁଷ୍ଟି ହେବା ସହ ଖଣି ଖାଦାନ ମାଲିକଙ୍କ ବେପରୁଆ ମନୋଭାବକୁ ନେଇ ଉତ୍ତେଜନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.