୧୬ ନମ୍ବର ଜାତୀୟ ରାଜପଥରେ ଶ୍ରମିକଙ୍କୁ ଧକ୍କା ଦେଲା ହାଇୱା, ଘଟଣା ସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ

୧୬ ନମ୍ବର ଜାତୀୟ ରାଜପଥ ର ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ ରାସ୍ତା ପାର ହେଉଥିବା ବେଳେ ଜଣେ ଶ୍ରମିକ ଙ୍କୁ ଧକ୍କା ଦେଲା ହାଇୱା । ଘଟଣା ସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।  ମୃତ ଶ୍ରମିକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଗାଡ଼ିଆଳି ଗ୍ରାମର ଅଜୟ ସାହୁ ।

ଭଦ୍ରକ(କେନ୍ୟୁଜ୍) : ୧୬ ନମ୍ବର ଜାତୀୟ ରାଜପଥ ର ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ ରାସ୍ତା ପାର ହେଉଥିବା ବେଳେ ଜଣେ ଶ୍ରମିକ ଙ୍କୁ ଧକ୍କା ଦେଲା ହାଇୱା । ଘଟଣା ସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।  ମୃତ ଶ୍ରମିକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଗାଡ଼ିଆଳି ଗ୍ରାମର ଅଜୟ ସାହୁ ।

ସେ ଆଜି ଭଦ୍ରକ କାମ ଅନେ୍‌ୱଷଣରେ ଆସି ରାସ୍ତା ପାର ହେଉଥିଲା ବେଳେ ନେହେରୁ ଷ୍ଟାଡିୟମ ଠାରେ ଗୋଟିଏ ହାଇୱା ଧକ୍କା ଦେଇ ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ସେହି ଶ୍ରମିକ ଜଣଙ୍କ ର ମୃତ୍ୟୁ ହୋଇଛି । ତେବେ ତାଙ୍କ ଶରୀର ଛିନ୍ନ ଭିନ୍ନ ହୋଇ ଯାଇଥିବାରୁ ପାଖରେ ଥିବା ତାଙ୍କ ଆଧାର କାର୍ଡ ରୁ ତାଙ୍କ ପରିଚୟ ମିଳିଥିଲା । ପରେ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.