ଆଗକୁ ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ମୁହାଁମୁହିଁ ଜେରା! ଏବେ ଛାନିଆ ହେଲେଣି ବଡ଼ବଡ଼ିଆ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ ପରେ ଏବେ ବଡ଼ବଡ଼ିଆ ଛାନିଆ । ରିମାଣ୍ଡରେ ଖଗେଶ୍ୱର ପାତ୍ର । ଅର୍ଚ୍ଚନା ନାଗ୍‌ଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଇଛି ଇଡି । ଆଗକୁ ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ମୁହାଁମୁହିଁ ଜେରା ହୋଇପାରେ। ଖଗେଶ୍ୱର ଖୋଲିବ ଅର୍ଚ୍ଚନା ନାଗଙ୍କ ଗୁମର । ଖଗେଶ୍ୱର ପାତ୍ରର ୫ଟି ଆକାଉଣ୍ଟରେ ୫୦ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରର ୧୨ଟି ଆକାଉଣ୍ଟର ମିଳିଛି ସୁରାକ । ଅର୍ଚ୍ଚନାଙ୍କ ଗିରଫ ପରେ ପାଖାପାଖି ୫୦ଟି ଲୋକେସନ୍‌ରେ ରହୁଥିଲେ ଜଗବନ୍ଧୁ ଓ ଖଗେଶ୍ୱର । ଆଗକୁ କୋଟି କୋଟି ଟଙ୍କା ନେଣଦେଣର ତଥ୍ୟ ପଦାକୁ ଆସିବ ବୋଲି ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା । ଖଗେଶ୍ୱରର ଆକାଉଣ୍ଟ ଡିଟେଲସ ଯାଞ୍ଚ ଚାଲିଛି । କେଉଁମାନେ ଟଙ୍କା ପଠାଇଥିଲେ ? କେତେ ଟଙ୍କା ପଠାଇଥିଲେ ? ଟଙ୍କା ପଠାଇବାର କାରଣ କ’ଣ ? ଏସବୁର ତଥ୍ୟ ଯୋଗାଡ଼ କରୁଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.