ଭୁବନେଶ୍ୱର : ସାହସ ଦେଖାଇଲେ ଯୁବତୀ, ଲେଡି ଲୁଟେରାଙ୍କୁ କାବୁ କରି ଦେଲେ ପୋଲିସ୍ ଜିମା

ଭୁବନେଶ୍ୱର (କେନ୍ୟୁଜ୍) : ଯାତ୍ରୀ ବେଶରେ ଲୁଟେରା । ମୋ ବସ୍ରେ ଯାତ୍ରୀ ବେଶରେ ଆସିଥିଲେ ଦୁଇ ଜଣ ଲୁଟେରା । ଜଣେ ଯୁବତୀଙ୍କ ବ୍ୟାଗ୍୍କୁ ଆଖି ପିଛୁଳାକେ ଧରି ଛୁ ମାରିଲେ । ମୋ ବସ୍ରେ ଯାତ୍ରା କରୁଥିବା ଯୁବତୀ ଜଣକ ଯେତେବେଳେ ଭଡ଼ା ଦେବାକୁ ବ୍ୟାଗ ଖୋଜିଲେ ତାଙ୍କ ହୋସ୍ ଉଡ଼ିଗଲା । ପରେ ଜଣେ ଯୁବକଙ୍କ ସହାୟତାରେ ବାଇକ୍୍ରେ ବୁଲି ବୁଲି ଦୁଇ ଜଣ ଲୁଟେରା ଝିଅଙ୍କୁ ଖୋଜିଥିଲେ ।
ନିଜ ମା’ଙ୍କ ଚିକିତ୍ସା ପାଇଁ ମେଡ଼ିକାଲ ଯାଉଥିବା ବେଳେ ଏହିଭଳି ଲୁଟର ଶିକାର ହୋଇଛନ୍ତି ଯୁବତୀ ଜଣକ। ତଥାପି ସାହସର ସହ ଲୁଟେରାଙ୍କୁ ଷଖାଜି ଚାଲିଥିଲେ ଏବଂ ଫାୟାର ଷ୍ଟେସନ ଛକରେ ଦୁଇ ଜଣ ଝିଅ ଲୁଟେରାଙ୍କୁ କାବୁ କରି ଖଣ୍ଡଗିରି ଥାନା ପୋଲିସ ହାତରେ ଜିମା ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଯାଞ୍ଚ କରିଥିଲା ।
ଆଉ ସେମାନଙ୍କ ଠାରୁ ବାହାର ଦେଶର ନୋଟ୍,୪ଟି ଚୋରି ମୋବାଇଲ ଓ କିଛି ଟଙ୍କା ଜବତ କରିଥିଲା । ହେଲେ ଯୁବତୀଙ୍କ ଠାରୁ ଲୁଟ୍ କରିଥିବା ବ୍ୟାଗ୍ ମିଳିନଥିଲା । ସେମାନେ ଏହାକୁ ଫୋପାଡ଼ି ଦେଇଥିଲେ ବୋଲି ଜଣାପଡ଼ିଛି । ତେବେ ପୋଲିସ୍ ସେହି ଦୁଇ ଜଣ ଝିଅଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେମାନେ ରାଜସ୍ଥାନୀ ଭାଷାରେ କଥା ହେଉଛନ୍ତି ।