Below header

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ

ସମ୍ବଲପୁର(କେନ୍ଯୁଜ୍): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରଣ ହେବ । ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହେବ । ମନ୍ଦିର ଟ୍ରଷ୍ଟ ତରଫରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନ ମାନେ ଯୋଗ ଦେଇ ଲଗ୍ନ ନିର୍ଦ୍ଧାରଣ କରିବେ ।

ଆଜି ସନ୍ଧ୍ୟା ୫ଟାରେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ମନ୍ଦିରରେ ଏକ ବୈଠକରେ ଟ୍ରଷ୍ଟ ସଭ୍ୟ, ଜ୍ୟୋର୍ତିବିଦ, ପଣ୍ଡିତ ଓ ବିଦ୍ୱାନ ମାନେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି ଓ ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟ ମାନେ ମା’ ସମଲେଶ୍ଵରୀଙ୍କ ଠାରେ ଅର୍ପଣ କରିଥାନ୍ତି । ସେହି ଲଗ୍ନ ସମୟରେ ନୂଆଖାଇ ଦିନ ମା’ ସମଲେଶ୍ଵରୀଙ୍କ ଠାରେ ଭୋଗ ଲାଗି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.