ଭାରତରେ Xiaomi Mi Band 6 ପ୍ରଥମ ଥର ପାଇଁ ସେଲ ଆରମ୍ଭ କରିଛି, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ସାଓମି ଇଣ୍ଡିଆ Mi Smart Band 6କୁ ଗତକାଲି ଅର୍ଥାତ (୩୦ ଅଗଷ୍ଟ) ପ୍ରଥମ ଥର ସେଲ୍ ପାଇଁ ଉପଲବ୍ଧ କରାଇଛି । ସେଲର ଆରମ୍ଭ ଦ୍ୱିପ୍ରହର ୧୨ଟାରେ ଆରମ୍ଭ ହୋଇଛି ଏବଂ ଏଥିରେ ଅଫର ମଧ୍ୟ ଦିଆଯାଉଛି । ତେବେ କମ୍ପାନୀ ଏହାର ପ୍ରାରମ୍ଭିକ ଦାମ୍ ୩୪୯୯ ଟଙ୍କା ନିର୍ଦ୍ଧାରିତ କରିଛି । ଗ୍ରାହକ ଏହାକୁ Mi.com ରୁ କ୍ରୟ କରିପାରିବେ ।

ନୂଆ ସ୍ମାର୍ଟ ବ୍ୟାଣ୍ଡରେ କମ୍ପାନୀ ଅଫର ଅନୁସାରେ ଏମଆଇ ବ୍ୟାଣ୍ଡ ୟୁଜର ନୂଆ Mi Band 6 ରେ ୫୦୦ ଟଙ୍କା ରିହାତି ପାଇପାରିବେ । ସୂଚନା ଅନୁସାରେ ଏହି ୫୦୦ ଟଙ୍କାର ଡିସ୍କାଉଣ୍ଟ ଅଫରର ଫାଇଦା କେବଳ ସେହି ୟୁଜର ପାଇପାରିବେ ଯେଉଁମାନେ ଏମଆଇ ବ୍ୟାଣ୍ଡର ପୂରୁଣା ଭେରିଏଣ୍ଟ ବ୍ୟବହାର କରୁଛନ୍ତି । ଡିସ୍କାଉଣ୍ଟ ପରେ ଏହାକୁ ୨୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ଏଥିରେ ବଡ ଓଏଲଇଡି ସ୍କ୍ରିନ୍ ଦିଆଯାଇଛି । Mi Band SpO2 ସେନ୍ସର ସହିତ ଆସୁଛି । ଏଥିରେ ଆପଣ ବ୍ଲଡ ଅକ୍ସିଜେନ୍ ଲେବଲଠୁ ଆରମ୍ଭ କରି ଷ୍ଟ୍ରେସକୁ ମଧ୍ୟ ମାପିପାରିବେ ।

୧୪ ଦିନ ପର୍ଯ୍ୟନ୍ତ ଚାଲିବ ବ୍ୟାଟେରୀ

ପାୱର ପାଇଁ ଏଥିରେ ୧୨୫ ଏମଏଏଚ୍ LiPo ବ୍ୟାଟେରୀ ଦିଆଯାଇଛି । ଏହା ୨ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯିବ ଏବଂ ୧୪ ଦିନ ପର୍ଯ୍ୟନ୍ତ ବ୍ୟାକଅପ୍ ଦେବ । କମ୍ପାନୀ କହିଛି ଯେ ଫିଟନେସ୍ ବ୍ୟାଣ୍ଡ ୬ ଫିଟନେସ୍ ଗତିବିଧିକୁ ଟ୍ରାକ୍ କରିପାରିବ । ଏହି ନୂଆ ଫିଟନେସ୍ ଟ୍ରାକର SpO2 ସେନ୍ସର ଓ ୩୦ ସ୍ପୋର୍ଟ୍ସ ମୋଡ୍ ସହିତ ଆସୁଛି ଏବଂ ଗ୍ରାହକଙ୍କ ପାଇଁ ଏଥିରେ ବ୍ଲ୍, ଲାଇଟ୍ ଗ୍ରୀନ୍, ଅରେଞ୍ଜ, ମେରୁନ୍ ସହିତ ଅନେକ ଷ୍ଟ୍ରାପ୍ ଅପ୍ସନ ରହିଛି । ଏହା 24×7 ହାର୍ଟ ରେଟ୍ ମନିଟରିଂ ସହିତ ଆସୁଛି । ଏହି ବ୍ୟାଣ୍ଡ ୩୦ ଫିଟନେସ୍ ମୋଡ ସହିତ ଆସୁଛି । ଏଥିରେ ଅଟୋ-ଡିଟେକ୍ସନ ମୋଡ୍ ମଧ୍ୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.