Below header

ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ: ମଙ୍ଗଳାଳତି ପରେ ଜଗମୋହନକୁ ଆସି ଦୋଳିରେ ଝୁଲିବେ ମଦନ ମୋହନ

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ । ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପରେ ଆଜି ଉତ୍ସବ ମୁଖର ଶ୍ରୀମନ୍ଦିର । ରାମକୃଷ୍ଣ ଓ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଆଜି ମଙ୍ଗଳାଳତି ପରେ ଜଗମୋହନକୁ ଆସି ଦୋଳିରେ ଝୁଲିବାର ପରମ୍ପରା ରହିଛି ।

ମଙ୍ଗଳ ଆଳତି ପରେ ମହାଜନ ସେବାୟତ ଏହି ନୀତି କରିଥାନ୍ତି । ପରେ ଜଗନ୍ନାଥଙ୍କ ନିକଟରେ ସଠି ଓ ମାର୍କଣ୍ଡି ପୂଜା କରାଯାଏ । କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ସମସ୍ତ ନୀତି ପାଳନ କରାଯାଉଛି । ଏପଟେ ସଟଡାଉନ ଯୋଗୁଁ ଗତ ଶନିବାର, ରବିବାର ଓ ଗତକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିର ୩ଦିନ ବନ୍ଦ ରହିଥିଲା । ଆଜି ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.