ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ସୁବର୍ଣ୍ଣପୁର କଲେ ପଣ୍ଡିତ ମହାସଭା

ସୁବର୍ଣ୍ଣପୁର(କେନ୍ୟୁଜ୍):  ସେପ୍ଟେମ୍ବର ୧ରେ ହେବାକୁ ଥିବା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପଣ୍ଡିତ ମହାସଭା । ଭାଦ୍ରବ ଶୁକ୍ଳପକ୍ଷ ଋଷି ପଞ୍ଚମୀ ବିଶୁଦ୍ଧ ତୁଳା ଚନ୍ଦ୍ର ବ୍ରହ୍ମଯୋଗ ମହେନ୍ଦ୍ର ବେଳା ସ୍ୱାତି ନକ୍ଷତ୍ର ଦିବା ୧୦ଟା ୭ମିନିଟରୁ ୧୦ଟା ୨୧ ମିନିଟ ମଧ୍ୟରେ ନୂଆଁ ଖାଇବାକୁ ଲଗ୍ନ ସ୍ଥିର ହୋଇଛି ।

ଆଉ ଏହି ଗଣପର୍ବ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଓ ସୁରେଶ୍ୱରୀଙ୍କ ସମେତ ଅଷ୍ଟଚଣ୍ଡିଙ୍କ ପାଖରେ ନାବନ୍ନ ଲାଗି ହେଲାପରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ଏବଂ ବୌଦ୍ଧ ଜିଲ୍ଲାର ପଞ୍ଚରାବାସୀ ନବାନ୍ନ ଭକ୍ଷଣ କରିବେ । ପଣ୍ଡିତମାନଙ୍କର ନିର୍ଦ୍ଧାରତି ସମୟ ୮ଟା ୨୦ରୁ ୯ଟା ୨୦ ମଧ୍ୟରେ ସମଲେଇ ମନ୍ଦିରରୁ ପାହୁର ବାହାରି ଇଷ୍ଟଦେବୀ ସୁରେଶ୍ୱରୀ ଏବଂ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗିହେବ । ଲଗ୍ନ ନିର୍ଦ୍ଧାରଣ ହେଉକି ନବାନ୍ନ ଭକ୍ଷଣ ସବୁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସୋନପୁର ପୌର ପରିଷଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.