ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଂକା, ବିପଦ ସଙ୍କେତ ପାର କଲା ନଦୀ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ ପରେ ଝାଡ଼ଖଣ୍ଡ ବିପଦ । ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଂକା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍‌ ଖୋଲଯାଇଛି। ଏହି ୧୬ ଗେଟ୍‌ ଦେଇ ସାଢ଼େ ୪ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ପ୍ରଥମେ ୧୪ ଗେଟ୍‌ ଖୋଲାଯାଇଥିଲା । ପରେ ଆଉ ଦୁଇଟି ଗେଟ୍‌ ଖୋଲାଯାଇଛି। ସାଢ଼େ ୪ ଲକ୍ଷ କ୍ୟୁସେକ୍‌ ଜଳ ଆସୁଥିବାରୁ ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆସିବା ଆଶଂକା ସୃଷ୍ଟି ହୋଇଛି। ଅତିରିକ୍ତ ୨ଟି ଏନଡିଆରଏଫ୍‌, ୨ଟି ଓଡ୍ରାଫ୍‌ ଓ ୮ଟି ଅଗ୍ନିଶମ ଟିମ୍‌ ବାଲେଶ୍ୱର ଯାଇଛନ୍ତି।

ପାଣି ଘେରରେ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳ। ସୁବର୍ଣ୍ଣରେଖା ଜିଲ୍ଲାରେ ବଡ଼ ବନ୍ୟା ଆଣୁଥିବା SRCଙ୍କ ପକ୍ଷରୁ ସତର୍କ କରାଯାଇଥିବାବେଳେ ଜଳକା ଓ ବୁଢାବଳଙ୍ଗ ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇର ୩୦ ପଞ୍ଚାୟତ, ବାଲିଆପାଳର ୨୦ ପଞ୍ଚାୟତ ଏବଂ ଜଳେଶ୍ୱରର ୧୫ଟି ପଞ୍ଚାୟତର ଲୋକ ପ୍ରଭାବିତ ହେବେ। ଏସ୍‌ଆର୍‌ସିଙ୍କ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି। ଅତିରିକ୍ତ ୨ NDRF, ୨ଟି ଓଡ୍ରାଫ୍‌ ଓ ୮ଟି ଫାୟାର ଟିମ୍‌କୁ ବାଲେଶ୍ୱର ଅଭିମୁଖେ ପଠାଯାଇଛି। ଉତ୍ତର ବାଲେଶ୍ୱର ପ୍ରତି ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ବନ୍ୟା ଦ୍ୱାରା ପ୍ରାୟ ୧୨୦ ଗାଁ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.