ଭୁବନେଶ୍ୱରରେ ଲକ୍ଷ୍ମୀ ମିତ୍ତଲ, ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଲକ୍ଷ୍ମୀ ମିତ୍ତଲ । ବିଶ୍ୱସ୍ତରୀୟ ଇସ୍ପାତ କମ୍ପାନୀ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ ଭୁବନେଶ୍ୱର ଆସିଥିବା ସୂଚନା ମିଳିଛି । ମିତ୍ତଲଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ।

କେନ୍ଦ୍ରାପଡା ଜିଲ୍ଲାରେ ମିତ୍ତଲଙ୍କ ସହଯୋଗୀ ସଂସ୍ଥା ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ (AMNS) ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ ସମନ୍ଵିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରହିଛି । ଏହି ଦୃଷ୍ଟିରୁ ଲକ୍ଷ୍ମୀ ମିତ୍ତଲଙ୍କ ଗସ୍ତର ଗୁରୁତ୍ୱ ବଢ଼ି ଯାଇଛି ।

ଏହି ପ୍ରକଳ୍ପ ପାଇଁ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଆଜି ଏ ସମ୍ପର୍କରେ ଲକ୍ଷ୍ମୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.