ପୋଲିସ୍ ହାଜତରେ ଜମି ମାଫିଆ ଡନ ଟିମନ

ଗିରଫ ହେଲା ଜମି ମାଫିଆ ଡନ ଟିମନ। ଖୁଣ୍ଟପାଲି ଗାଁର ପର୍ଶୁରାମ ପଟେଲ ନାମକ ଜଣେ ବ୍ୟକ୍ତିକୁ ଅପହରଣ ଓ ହତ୍ୟା ଧମକ ଦେଇ ତାଙ୍କ ଜମି ଉପରେ କବଜା କରିବାକୁ ଚାହିଁଥିଲା ଟିମନ। ଏହି ମାମଲାରେ ଟିମନ ଓ ତାର ୩ ସହଯୋଗୀକୁ ଭୁବନେଶ୍ୱରରୁ ଗିରଫ କରିଛି ବଲାଙ୍ଗିର ପୋଲିସ।

ଏନେଇ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସଡିପିଓ। ଟିମନ ସହ ଗିରଫ ଅନ୍ୟ ତିନି ଅଭିଯୁକ୍ତ ହେଲେ ଧର୍ମେନ୍ଦ୍ର ପାଲ, ତ୍ରିନାଥ ସାଗର ଓ ଅନିରୁଦ୍ଧ ଦଳବେହେରା। ପୂର୍ବରୁ ୨୦୧୭ରେ ମଧ୍ୟ ଜମି ହଡ଼ପ ମାମଲାରେ ଜେଲ ଯାଇଥିଲା ଟିମନ। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.