ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଆହତଙ୍କୁ କିପରି ମିଳିବ ପ୍ରାଥମିକ ଚିକିତ୍ସା, ସେନେଇ ପୁରୀରେ ମକ୍ ଡ୍ରିଲ୍

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନଥାନାରେ ମକଡ୍ରିଲ । ରଥଯାତ୍ରା ସମୟରେ ଆବଶ୍ୟକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପିକୁ ନେଇ ଏହି ମକ୍ ଡ୍ରିଲ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ ଦଳାଚକଟା, ପୁରୀ-ଭୁବନେଶ୍ୱର ରାସ୍ତାର ମାଳତୀପାଟପୁର ଠାରେ ଦୁର୍ଘଟଣା, ସପିଂ ମଲରେ ଅଗ୍ନିକାଣ୍ଡ ଓ ଆହତଙ୍କୁ କିପରି ପ୍ରାଥମିକ ଚିକିତ୍ସା ଯୋଗାଇଦିଆଯିବ ସେନେଇ ମକ୍ଡିଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।

କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମକ୍ ଡ୍ରିଲରେ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଉମାଶଙ୍କର ଦାଶ, ଓସଡମାର ସିଜିଏମ୍ ପି.କେ ନାୟକ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ରଥଯାତ୍ରା ସମୟରେ କୌଣସି ପ୍ରକାର ଅଘଟଣ ଘଟିଲେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଉଦ୍ଧାର କାର‌୍ୟ୍ୟସଂପର୍କରେ ମକ୍ ଡ୍ରିଲରେ ସୂଚନା ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.