ଡେଲାଙ୍ଗ ପୋଲିସ ପକ୍ଷରୁ ଜୋରଦାର ଚଢାଉ: ବିପୁଳ ପରିମାଣର ଦେଶୀ ଏବଂ ବିଦେଶୀ ମଦ ଜବତ, ୫ଗରିଫ

ପିପିଲି: ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ଅଂଚଳରେ ଦିନକୁ ଦିନ ବ୍ୟାପକ ଚୋରା ମଦ ବେପାର ଚାଲିଥିବାବେଳେ ଡ଼େଲାଙ୍ଗ ପୋଲିସ ପକ୍ଷରୁ ଥାନା ଅଧିକାରୀ ରଶ୍ୱି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫ ଜଣଙ୍କୁ ଗରିଫ କରିବା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ ମଦ ଏବଂ ବିଦେଶୀ ମଦ ଜବତ କରିଥିଲା ।

ଏହାପରେ ସେମାନଙ୍କୁ ପିପିଲି କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.