ଏସସିବିରୁ ଡିସଚାର୍ଜ ହେଲେ ବାହାନଗା ରେଳ ଦୁର୍ଘଟଣାର ଶେଷ ରୋଗୀ, କୃତ୍ରିମ ଗୋଡରେ ଚାଲିଲେ

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଶେଷ ରୋଗୀ ଆଜି ଏସସିବିରୁ ଡିସଚାର୍ଜ ହୋଇଛନ୍ତି।

କଟକ : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଶେଷ ରୋଗୀ ଆଜି ଏସସିବିରୁ ଡିସଚାର୍ଜ ହୋଇଛନ୍ତି। ବିହାରର ବଜରଙ୍ଗୀ ଠାକୁର ଦୁର୍ଘଟଣାରେ ବାମ ଗୋଡଟି ସମୂର୍ଣ୍ଣ ନଷ୍ଟ ହୋଇ ଏସସିବି ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ।

ବଜରଙ୍ଗୀଙ୍କ ଜୀବନ ବଞ୍ଚାଇବା ଲାଗି ଆଣ୍ଠୁ ତଳୁ ତାଙ୍କ ଗୋଡକୁ କାଟିବାକୁ ପଡିଥିଲା । ଏହା ପରେ ଆସିୟୁରେ ରଖାଯାଇ ଏସସିବିର ପ୍ଲାଷ୍ଟିକ୍ ସର୍ଜରୀ ଏବଂ ଅର୍ଥୋପେଡିକ ବିଭାଗର ଡାକ୍ତରମାନଙ୍କ ମିଳିତ ଉଦ୍ୟମରେ ଏକ କୃତ୍ରିମ ଗୋଡ ଲଗାଯାଇଛି । ଫଳରେ କୃତ୍ରିମ ଗୋଡରେ ବଜରଙ୍ଗୀ ଚାଲିବାକୁ ସକ୍ଷମ ହୋଇଛି । ଏସସିବିରେ ଦୀର୍ଘ ୫ ମାସର ଚିକିତ୍ସା ପରେ ଆଜି ଡିସଚାର୍ଜ ହୋଇ ବିହାର ଫେରିଛନ୍ତି ବଜରଙ୍ଗୀ ।

Leave A Reply

Your email address will not be published.