ବିହାର ବିଧାନସଭାରେ ସର୍ବସମ୍ମତିରେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍‌, OBC-EBCଙ୍କ ଅଂଶ ହେଲା ୪୩%

ବିହାର ବିଧାନସଭାରେ ଗୁରୁବାର ପାରିତ ହୋଇଛି ସଂରକ୍ଷଣ ସଂଶୋଧନ ବିଲ୍। ଅପରାହ୍ନ ୨ଟାରୁ ବିଧାନସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ୭୫% ସଂରକ୍ଷଣ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାସ୍‌ ହୋଇଛି।

ବିହାର ବିଧାନସଭାରେ ଗୁରୁବାର ପାରିତ ହୋଇଛି ସଂରକ୍ଷଣ ସଂଶୋଧନ ବିଲ୍। ଅପରାହ୍ନ ୨ଟାରୁ ବିଧାନସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ୭୫% ସଂରକ୍ଷଣ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାସ୍‌ ହୋଇଛି। ନୀତୀଶ ସରକାର ବିହାରରେ ଜାତିଭିତ୍ତିକ ସଂରକ୍ଷଣର ପରିସରକୁ ୫୦ରୁ ୬୫%କୁ ବୃଦ୍ଧି କରିବା ଏବଂ ସଂରକ୍ଷଣ ସୀମାକୁ ୭୫% ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ନେଇଥିଲେ। ଆଜି ବିଧାନସଭାରେ ବିଲ୍ ଉପସ୍ଥାପନ କରାଯାଇଥିଲା, ଯାହା ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ପାସ୍‌ ହୋଇଛି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଦସ୍ୟମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସମସ୍ତ ସଦସ୍ୟଙ୍କ ସହ କଥାବାର୍ତ୍ତା ପରେ ସଂରକ୍ଷଣ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ବିଲ୍‌ ଗୃହରେ ଉପସ୍ଥାପିତ ହୋଇଛି। ତେଣୁ ସମସ୍ତ ସଦସ୍ୟ କୌଣସି ଆପତ୍ତି ନ ଉଠାଇ ସର୍ବସମ୍ମତି କ୍ରମେ ବିଲ୍ ପାସ୍ କରାନ୍ତୁ।

କହି ରଖୁଛୁ, ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ, ଯେଉଁଠି ସଂରକ୍ଷଣ ସୀମା ୭୫%କୁ ବୃଦ୍ଧି କରିବାକୁ ସରକାର ପ୍ରସ୍ତାବ ପାରିତ କରିଛନ୍ତି। ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିହାର କ୍ୟାବିନେଟ ମଙ୍ଗଳବାର ରାଜ୍ୟରେ ଅନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ କୋଟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ୫୦% ସୀମାରୁ ବଢ଼ାଇ ୬୫% କରିବାର ପ୍ରସ୍ତାବ ଦେଇଥିଲେ।

ବର୍ତ୍ତମାନ ଆର୍ଥିକ ରୂପେ ଦୁର୍ବଳ ବର୍ଗ (EWS) କୋଟା ପାଇଁ କେନ୍ଦ୍ରର ୧୦ ପ୍ରତିଶତ ସହିତ ପ୍ରସ୍ତାବିତ ସଂରକ୍ଷଣ ୭୫%କୁ ବୃଦ୍ଧି ପାଇଛି। ଏଥିରେ ଅନୁସୂଚିତ ଜାତି (ଏସସି)କୁ ୨୦%, ଅନୁସୂଚିତ ଜନଜାତି (ଏସଟି)କୁ ୨% ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଅତ୍ୟନ୍ତ ପଛୁଆ ବର୍ଗ (ଇବିସି) କୁ ୪୩% ଅଂଶ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.