ନକଲି ଡାକ୍ତର ସାଜି ରୋଗୀଙ୍କୁ ଦେଉଥିଲା ଭୁଲ ମେଡ଼ିସିନ, ଜଣେ ବନ୍ଧା ହେବା ପରେ ଆଉ ଜଣେ ହୋଇଯାଇଛି ଫେରାର

କଲିକତାର ରାକେଶ ବିଶ୍ୱାସ ନାମକ ଏହି ଯୁବକ ବିନା ଡାକ୍ତରୀ ପଢ଼ାରେ ନକଲି ଡାକ୍ତର ସାଜି ସ୍ୱାସ୍ଥ୍ୟ ସେବା କରୁଥିବା ଦେଖୁବାକୁ ମିଳିଥିଲା।

ନକଲି ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ମେଡ଼ିସିନ ର ମ ଅକ୍ଷର ବି ଜଣାନାହିଁ କିନ୍ତୁ ନିଜେ ଔଷଧ ଠାରୁ ଆରମ୍ଭ କରି ସବୁ ଇଂଜେକସନ ଦେଉଥିଲେ। ଲୋକଙ୍କ ଜୀବନକୁ ବାଜି ଲଗାଇ ସାଜିଥିଲେ ଡାକ୍ତର..ହେଲେ ଧରାପଡ଼ି ଗଲେ ଜେଲ.. ଘଟଣା ଟି ଘଟିଛି ଢେଙ୍କାନାଳ ଜିଲା ଆଦିବାସୀ ବହୁଳ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ…

ଏହି ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା ବେଳେ ଏହାର ସୁଯୋଗ ନେଇ କିଛି ନକଲି ଡାକ୍ତର ସାଜି ଆଦିବାସୀ ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି ।

କଲିକତାର ରାକେଶ ବିଶ୍ୱାସ ନାମକ ଏହି ଯୁବକ ବିନା ଡାକ୍ତରୀ ପଢ଼ାରେ ନକଲି ଡାକ୍ତର ସାଜି ସ୍ୱାସ୍ଥ୍ୟ ସେବା କରୁଥିବା ଦେଖୁବାକୁ ମିଳିଥିଲା। ଦିର୍ଘ ୫ବର୍ଷ ହେବ ଏହି ନକଲି ଡାକ୍ତର ଜଣଙ୍କ ଲୋକଙ୍କୁ ଚିକିତ୍ସା କରୁଥିଲେ। ନିଜେ ଔଷଧ ଠାରୁ ଆରମ୍ଭ କରି ଇଂଜେକସନ ମଧ୍ୟ ଦେଉଥିଲେ। । ଏହି ଖବର ସାଧାରଣରେ ପ୍ରଚାର ହେବାପରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ ସେହି ନିର୍ଦ୍ଦିଷ୍ଟ କ୍ଲିନିଙ୍ଗକୁ ଯାଇ ନକଲି ଡାକ୍ତର ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।ତେବେ ଅନ୍ୟ ଜଣେ ରୋଡ଼ଙ୍ଗ ଗାଁରେ ମଧ୍ୟ ନକଲି ଡାକ୍ତର ଭାବେ ସ୍ୱାସ୍ଥ୍ୟ ସେବା କରୁଥିବା ପୋଲିସ ଖବର ପାଇ କ୍ଲିନିକ ପାଖରେ ପହଁଚିଲା ବେଳକୁ ନକଲି ଡାକ୍ତର ବାବୁ ଫେରାର ହେଇ ଯାଇଛନ୍ତି। ଏ ସଂକ୍ରାନ୍ତରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା କହିଛନ୍ତି ଅଟକ ଥିବା ଯୁବକ କେଉଁ ଆଧାରରେ କ୍ଲିନିକ କରି ସ୍ୱାସ୍ଥ୍ୟ ସେବା କରୁଛନ୍ତି ଏହାର ସମସ୍ତ ତଥ୍ୟ ମଗାଯାଇଛି ତଥ୍ୟ ଆସିଲା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ।ଯେହେତୁ ଜିଲ୍ଲାର କଙ୍କଡାହାଡ ଏକ ଆଦିବାସି ଅଞ୍ଚଳ ସଚେତନତାର ଅଭାବ ରହୁଛି ତେଣୁ ଲୋକମାନେ ଏହି ଭଳି ନକଲି ଡାକ୍ତର ଙ୍କ ପାଖକୁ ଯାଉଛନ୍ତି।ତେଣୁ ଏହି ଘଟଣାକୁ ଗମ୍ଭିରତାର ସହ ଜିଲ୍ଲାପ୍ରଶାଶନ ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରି ମଧ୍ୟ ଏହି ଘଟଣାରେ ତଦନ୍ତ କରାଯିବ ନେଇ କହିବା ସହ ଦେହ ଖରାପ ହେଲେ ସରକାରି ଡାକ୍ତରଖାନାକୁ ଯାଇ ଚିକିତ୍ସା ହେବାକୁ ପରାମର୍ଶ ଦେଇଛନ୍ତି।ସରକାରଙ୍କ ସମସ୍ତ ମେଡିକାଲରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।ତେବେ ଏନେଇ ଏ ଅଞ୍ଚଳରେ ଆହୁରି ସଚେତନତା କରାଯିବା ନେଇ ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.