ଜାଣନ୍ତୁ ହୋମ୍ ମେଡ୍ ସ୍ନିକର୍ସ ବାର୍ ପ୍ରସ୍ତୁତ ପ୍ରଣାଳୀ
ଆପଣ ମାର୍କେଟରୁ ଆଣି ଅନେକ ପ୍ରକାରର ବାର୍ ଖାଇଥିବେ, ହେଲେ କେବେ ଘରେ ପ୍ରସ୍ତୁତ କରି ଏହି ଭଳି ସ୍ନିକର୍ସ ବାର୍ ଖାଇଛନ୍ତି । ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ହୋମ୍ ମେଡ୍ ସ୍ନିକର୍ସ ବାର୍ ରେସିପି କିପରି ପ୍ରସ୍ତୁତ କରିବେ

ଆପଣ ମାର୍କେଟରୁ ଆଣି ଅନେକ ପ୍ରକାରର ବାର୍ ଖାଇଥିବେ, ହେଲେ କେବେ ଘରେ ପ୍ରସ୍ତୁତ କରି ଏହି ଭଳି ସ୍ନିକର୍ସ ବାର୍ ଖାଇଛନ୍ତି । ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହି ହୋମ୍ ମେଡ୍ ସ୍ନିକର୍ସ ବାର୍ ରେସିପି କିପରି ପ୍ରସ୍ତୁତ କରିବେ ।
ହୋମ୍ ମେଡ୍ ସ୍ନିକର୍ସ ବାର୍ ପ୍ରସ୍ତୁତ କରିବା ସାମଗ୍ରୀ :
– ୧ କପ୍ ଖଜୁରୀ କୋଳି
– ୧.୫ ଟେବଲ ସ୍ପୁନ୍ ପିନଟ୍ ବଟର୍
– ସ୍ୱାଦ ଅନୁସାରେ ଲୁଣ
– ୧ ଟେବଲ ସ୍ପୁନ୍ ଭାନିଲା ଏସେନ୍ସ
– ୧ କପ୍ ଓଟ୍ସ
– ୧/୪ କପ୍ ଭଜା ବାଦାମ
– ୧୫୦ ଗ୍ରାମ ଡାର୍କ ଚକୋଲେଟ୍, ମେଲ୍ଟ କରିଥିବା ଡାର୍କ ଚକୋଲେଟ୍
ହୋମ୍ ମେଡ୍ ସ୍ନିକର୍ସ ବାର୍ ପ୍ରସ୍ତୁତ କରିବା ପ୍ରଣାଳୀ :
ଏହି ହୋମ୍ ମେଡ୍ ସ୍ନିକର୍ସ ବାର୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏହି ସବୁ ଜିନିଷକୁ କ୍ୟାରମେଲ କରିବା ଆବଶ୍ୟକ ହୋଇଥାଏ । ସେଥିପାଇଁ ଖଜୁରୀ କୋଳିକୁ ଫୁଟୁଥିବା ପାଣିରେ ପ୍ରାୟ ୨୦ ରୁ ୨୫ ମିନିଟ୍ ପାଇଁ ଫୁଟାନ୍ତୁ । ଖଜୁରୀ କୋଳି ସିଜି ଗଲା ପରେ ତାଙ୍କୁ ବାହାର କରି ମିକ୍ସରରେ ଖଜୁରୀ, ପିନଟ୍ ବଟର ଓ ଭାନିଲା ଏସେନ୍ସ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ କ୍ୟାରମେଲ କରିଦେବେ । ଏହା ପରେ ସେହି କ୍ୟାରମେଲକୁ ଏକ ପାତ୍ରରେ ବାହାର କରନ୍ତୁ । ତାପରେ ଓଟ୍ସକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦେବେ । ଗ୍ରାଇଣ୍ଡିଂ କରିଥିବା ଓଟ୍ସରେ ସେହି କ୍ୟାରମେଲ ମିଶାଇ ଦିଅନ୍ତୁ । ସେହି ସବୁ ସାମଗ୍ରୀରେ କାଟିିଥିବା ବାଦାମ ପକାଇ ପ୍ରାୟ ୩ ଘଣ୍ଟା ଫ୍ରିଜ୍ରେ ରିଖିଦେବେ । ସେହି ବାର୍କୁ ମେଲ୍ଟ କରିଥିବା ଡାର୍କ ଚକୋଲେଟ୍ରେ ପକାଇ ଏକ ବେକେଗିଂ ପେପରରେ ରଖିଦେବେ । ଏହାପରେ ସେହି ଜିନିଷକୁ ପ୍ରାୟ ୧ ଘଣ୍ଟା ଫ୍ରିଜ୍ରେ ରଖିଦେବେ । ଏହାର କିଛି ସମୟ ପରେ ତାକୁ ଭଲ ଭାବେ ସାଇଜ୍ରେ କାଟି ଦେବେ । ଦେଖିବେ କେତେ ସହଜରେ ଆପଣ ନିଜ ଘରେ ଏହି ସ୍ନିକର୍ସ ବାର୍ ପ୍ରସ୍ତୁତ କରିପାରିବେ ।