ମାନସିକ ବିକୃତ ମହିଳାଙ୍କୁ ବି ଛାଡ଼ିଲାନି ଦୁର୍ବୃତ୍ତ, ଦୁଷ୍କର୍ମ ପରେ କଲା ଛୁରା ମାଡ଼
ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ପରିବାର ଲୋକ।

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗାଁ ଦାଣ୍ଡ ବାରଣ୍ଡାରେ ଶୋଇଥିବାବେଳେ ମହିଳାଙ୍କୁ ମାଡ଼ିବସିଲା ଦୁର୍ବୃତ୍ତ …ରାତିରେ ଏକୁଟିଆ ଦେଖି ଭୁଲିଗଲା ମାନବିକତା .. ଜଣେ ମାନସିକ ବିକୃତ ମହିଳାଙ୍କୁ ବି ଛଡିଲାନି … ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ପରିବାର ଲୋକ।
ସୂଚନା ଅନୁସାରେ ଏହି ଗାଁର ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗତକାଲି ରାତିରେ ଗାଁ ଦାଣ୍ଡରେ ଜଣଙ୍କ ବାରଣ୍ଡାରେ ଶୋଇଥିଲେ। ଏହାଦେଖି ନିଶାଗ୍ରସ୍ତ ଯୁବକ ମହିଳାଙ୍କ ସୁଯୋଗ ଉଠାଇବାକୁ ଚେଷ୍ଟା କଲା .. ତାଙ୍କୁ କେବଳ ଦୁଷ୍କର୍ମ କରିବାକୁ ଚେଷ୍ଟା କଲାନି ବରଂ ତାଙ୍କୁ ଶେଷରେ ଛୁରି ମାରିଥିଲେ l ଯାହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ..
ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ନାଁ ହେଉଛି ପାଣ୍ଡା, ଗତକାଲି ରାତିରେ ସେ ଗାଁ ରାସ୍ତରେ ଯାଉଥିବାବେଳେ ପିଣ୍ଡାରେ ଏହି ମହିଳାଙ୍କୁ ଶୋଇଥିବା ଦେଖି ତାଙ୍କ ସହ ଜୋରଜବରଦସ୍ତ କରିବାକୁ ଚେଷ୍ଟା କରିଥିଲା .. ମଦ ନିଶାରେ ଟୁଲ ହୋଇ ଯୁବକ ଜଣଙ୍କ ଏମିତି କାଣ୍ଡ ଘଟିଲେ ଯାହାକୁ ନେଇ ସବୁଠି ଚର୍ଚ୍ଚା ଧରିଛି l ଶେଷରେ ଛୁରା ମାଡ଼ କରିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ସେଠି ପଡିରହିଥିଲେ .. ଏହାକୁ ଦେଖି ପରିବାର ଲୋକ ତାଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଖବର ପାଇ ଇଟାମାଟି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି।
ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ‘ପାଣ୍ଡା’ ଏଭଳି କରିଥିବା କହିଛନ୍ତି। ‘ପାଣ୍ଡା’ ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ। ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି। ତେବେ ଜଣେ ଯୁବକ ନା ଅଧିକ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଏବେ ସ୍ପଷ୍ଟ ହୋଇ ପାରିନି।