ଆସନ୍ତା କାଲି ଧନତେରାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ବର୍ଷ ସାରା ବର୍ଷିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ

ଚଳିତ ବର୍ଷ ଧନତେରାସ୍ ଆସନ୍ତା କାଲି ୧୦ ନଭେମ୍ୱର ଶୁକ୍ରବାର ଦିନ ପଡୁଛି। ଏହି ଦିନ ଲୋକମାନେ ସୁନାରୁପା କିଣିଥାନ୍ତି। ମାନାଯାଏ ଏମିତି କଲେ ମାତା ଙ୍କ ଆଗମନ ଘରକୁ ହୋଇଥାଏ ..

ଆସନ୍ତା କାଲି ଧନତେରସ। ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଧନତେରାସ ରେ ମାତା ଙ୍କ ବିଶେଷ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଧନତେରାସ୍ ଆସନ୍ତା କାଲି ୧୦ ନଭେମ୍ୱର ଶୁକ୍ରବାର ଦିନ ପଡୁଛି। ଏହି ଦିନ ଲୋକମାନେ ସୁନାରୁପା କିଣିଥାନ୍ତି। ମାନାଯାଏ ଏମିତି କଲେ ମାତା ଙ୍କ ଆଗମନ ଘରକୁ ହୋଇଥାଏ .. ସୁନାରୁପା ବ୍ୟତିତ ଏପରି କିଛି ଜିନିଷ ଅଛି ଧନ ତେରାସରେ କିଣିଲେ ଶୁଭ ହୋଇଥାଏ। ଘରେ ଅଭାବ ଅନଟ଼ନ ଦୂର ହୋଇଥାଏ। ତାହା ହେଲେ ଆସନ୍ତୁ ଜାଣିବା ଧନ ତେରାସରେ ସୁନାରୁପା ବ୍ୟତିତ କ’ଣ କିଣିଲେ ଶୁଭ ଫଳ ମିଳିଥାଏ।

ଧନ ଏବଂ ତେରସ୍ । ଏହି ଦୁଇଟି ଶବ୍ଦକୁ ନେଇ ହୋଇଛି ଧନତେରସ୍ । ଧନ ଅର୍ଥାତ୍ ସମୃଦ୍ଧି ଏବଂ ତେରସ୍ ହିନ୍ଦୁ କ୍ୟାଲେଣ୍ଡରର ୧୩ ତମ ଦିନ । ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ୍ ପାଳନ କରାଯାଏ । ଏହି ଦିନ ସୁନା କିଣିବା ଶୁଭ ବୋଲି କୁହାଯାଏ । ଧନତେରାସ ଦିନ ଯଦି ଆପଣ ଦୋକାନ ର ଦ୍ୱାର ପାଖରେ କିଛି ଖାସ୍ ଜିନିଷ ରଖିନ୍ତି ତେବେ ନା କେବଳ ମା’ଲକ୍ଷ୍ମୀ ପ୍ରସନ୍ନ ହେବେ ବରଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଧନତେରାସ ଦିନ ଘରର ମୁଖ୍ୟ ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ପାଦ ଆଙ୍କିବା ବହୁତ ଶୁଭ ବୋଲି ଧରାଯାଏ।
ଏହାବ୍ୟତୀତ ଆପଣ କଲି ଏହି ସବୁ ଜିନିଷ ଘରକୁ ନେଇକି ଆସନ୍ତୁ , ଦେଖିବେ ଅର୍ଥ ଲାଭ ପାଇବେ ।

ଝାଡୁ: ଶାସ୍ତ୍ର ଅନୁସାରେ, ଧନତେରାସ ଦିନ ଝାଡ଼ୁ କିଣି ବ୍ୟବହାର କରିବା ଦ୍ୱାରା ଘରେ ଥିବା ନକାରାତ୍ମ ଶକ୍ତି ଦୂର ହୋଇଥାଏ। ଏହାସହ ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଝାଡୁ କୁ କେବେ ବି ଭୁଲ ରେ ଗୋଡ ଲଗାନ୍ତୁ ନାହିଁ ..

ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତି: ଦୀପାବଳି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ଆପଣ ଯେକୌଣସି ଧାତୁରେ କିମ୍ବା ମାଟିରେ ତିଆରି ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଘରେ ଅଭାନ ଅନଟନ ଦୂର ହୋଇଥାଏ।

ସୁନା ରୂପା ମୁଦ୍ରା: ଧନତେରାସ ରେ ଆପଣ ଘରକୁ ସୁନା ରୂପା ମୁଦ୍ରା ନେଇ ଆସିପାରିବେ ..ଏଥିରେ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଥିଲେ ଭଲ । ଏହିଦିନ ମୁଦ୍ରାକୁ ପୂଜାରେ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.