ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ଯାଜପୁର ସଦର ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ବରୁହାଁ ଛକ ନିକଟରେ ବାଇକ ଓ  ତେଲ ଟ୍ୟାଙ୍କର ଦୁର୍ଘଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ଜଣେ ବୃଦ୍ଧା ମହିଳା ମୃତ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆସୁଥିଲେ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗର୍ଭବତୀ ଗୁରୁତର । ଯାଜପୁର ସଦର ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ବରୁହାଁ ଛକ ନିକଟରେ ବାଇକ ଓ  ତେଲ ଟ୍ୟାଙ୍କର ଦୁର୍ଘଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ଜଣେ ବୃଦ୍ଧା ମହିଳା ମୃତ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆସୁଥିଲେ।

ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ହେଲେ ସାନ ବିରୁହାଁ  ହାଟ ସାହି ଅଂଚଳର ବାସନ୍ତୀ ବେହେରା ଓ ସୁଦର୍ଶନ ବେହେରା। ଗୁରୁତର ଗର୍ଭବତୀ ମହିଳା ପୂର୍ଣ୍ଣିମା ବେହେରା ଏବେ ଯାଜପୁର ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି ।

ସୁଚନା ମୁତାବକ  ଯାଜପୁର ସହର ଆଡୁ ଗୋଟିଏ ବାଇକରେ ୩ ଜଣ ଯାଉଥିବା ସମୟରେ ବରୁହାଁ ନିକଟରେ ଏକ ଟ୍ୟାଙ୍କର ସହ ଦୁର୍ଘଟଣା ହୋଇଥିଲା । ଏନେଇ ଯାଜପୁର ସଦର ପୋଲିସ ମୃତ ଶରୀରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.