ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ଅଟକ

କେନ୍ଦ୍ରାପଡ଼ାରେ ଲକ୍ଷାଧିକ ଟଙ୍କାର ବାଣ ଜବତ। ଏକ ବାଣ ଗୋଦାମ ଉପରେ ଚଢଉ କରି ବାଣ ଜବତ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ। ନସଡିପୁର ଠାରେ ରାକେଶ ସିଜନ ହାଉସ ଉପରେ ଅଚାନକ ଚଢଉ କରିଥିଲା ପୋଲିସ।

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଲକ୍ଷାଧିକ ଟଙ୍କାର ବାଣ ଜବତ। ଏକ ବାଣ ଗୋଦାମ ଉପରେ ଚଢଉ କରି ବାଣ ଜବତ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ। ନସଡିପୁର ଠାରେ ରାକେଶ ସିଜନ ହାଉସ ଉପରେ ଅଚାନକ ଚଢଉ କରିଥିଲା ପୋଲିସ। ସେଠାରେ ବିଭିନ୍ନ ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ କମ୍ପାନୀର ବାଣ ମହଜୁତ ଥିଲା।

ବାଣ ମହଜୁଦ ରଖିବା ନେଇ କୌଣସି ବିଧିବଦ୍ଧ ଅନୁମତି ପତ୍ର ପୋଲିସକୁ ଦେଖାଇପାରିନଥିଲେ ବାଣ ଗୋଦାମ ମାଲିବ। କେବଳ ବାଣ କିଣିଥିବାର ବିଲ୍ ଦେଖାଇ ଥିଲେ। ପରେ ପୋଲିସ ସମସ୍ତ ବାଣକୁ ଜବତ କରି ବିରେନ୍ଦ୍ର ବେହେରାଙ୍କୁ ଅଟକ ରଖିଛି। କିଛିଦିନ ତଳେ କେନ୍ଦ୍ରାପଡା ସଦର ଥାନା ପୋଲିସ ହଳଦୀଢିଅରୁ ବିପୁଳ ପରିମାଣର ବାରୁଦ ଜବତ କରିଥିଲା।

Leave A Reply

Your email address will not be published.