ତେଲେଙ୍ଗାନା: BRSର ରୋଡ୍‌ ଶୋ’ରେ ଦୁର୍ଘଟଣା, ଚଳନ୍ତା ଗାଡ଼ିରୁ ଖସିପଡ଼ିଲେ ମନ୍ତ୍ରୀ କେଟିଆର୍‌

ତେଲେଙ୍ଗାନାରେ ନଭେମ୍ବର ୩୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଜୋର୍‌ଦାର ଚାଲିଛି। ନେତାମାନେ ନିର୍ବାଚନ ରାଲି ଏବଂ ରୋଡ୍ ଶୋ’ ମାଧ୍ୟମରେ ଜନସାଧାରଣଙ୍କ ସମର୍ଥନ ହାସଲ କରୁଛନ୍ତି। ଏହାରି ଭିତରେ ରାଜ୍ୟ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ରୋଡ ଶୋ’ ବେଳେ ଏକ ଦୁର୍ଘଟଣା ଘଟିଥିବା ଖବର ଆସିଛି।

ତେଲେଙ୍ଗାନାରେ ବିଆରଏସର ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଥିବା କେ.ଟି. ରାମା ରାଓ ଚଳନ୍ତା ଗାଡ଼ିରୁ ଖସିପଡିଛନ୍ତି। ନିଜାମାବାଦ ଜିଲ୍ଲାର ଆର୍ମୁରରେ ନିର୍ବାଚନ ରାଲି ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଉପରେ କେଟିଆର୍‌ଙ୍କ ସହ ଦଳୀୟ ନେତାମାନେ ଉପସ୍ଥିତ ଥିଲେ। ସେମାନେ ମଧ୍ୟ ତଳେ ପଡ଼ିଯାଇଥିଲେ।

ସୂଚନା ମୁତାବକ, ନିର୍ବାଚନ ରଥରେ ଚଢ଼ି କେଟିଆର୍‌ ଆର୍ମୁରରେ ଏକ ରୋଡ୍ ଶୋ’ କରୁଥିଲେ। ଗାଡ଼ି ଉପରେ ଛିଡ଼ା ହୋଇ ସେ ଲୋକଙ୍କୁ ସମ୍ବୋଧିତ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗାଡିର ଡ୍ରାଇଭର ହଠାତ୍‌ ବ୍ରେକ୍ ମାରିିଥିଲେ। ଫଳରେ ଗାଡ଼ିର ରେଲିଂ ଭାଙ୍ଗି ଯିବାରୁ କେଟିଆର୍‌ଙ୍କ ସମେତ ନେତାମାନେ ତଳେ ପଡ଼ିଯାଇଥିଲେ।

ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ କାହାକୁ ବଡ଼ ଆଘାତ ଲାଗିଥିବାର ଖବର ନାହିଁ। ବିଆର୍‌ଏସ୍‌ କହିଛି ଯେ କେଟିଆର୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେ କୋଡଙ୍ଗଲରେ ଅନ୍ୟ ଏକ ରୋଡ୍ ଶୋ’କୁ ଯାଇଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.