Below header

ଶ୍ରେଣୀଗୃହରେ ଛାତ୍ରୀଙ୍କୁ ଏକାକୀ ଦେଖି ମାଡିବସିଲେ ସାର୍‌

ନିଜକୁ ସମ୍ଭାଳି ପାରିଲେନି, ଛାତ୍ରୀଙ୍କ ଆଡକୁ ଚାହିଁ କଲେ ଅଶ୍ଳୀଳ ଇଙ୍ଗୀତ । ଆଉ ଏଥିରେ ଛାତ୍ରୀ ଅମଙ୍ଗ ହେବାରୁ ତାଙ୍କୁ ଜୋର ଜବରଦସ୍ତ ମାଡିବସିଲେ ସାର୍‌ ।

ସ୍କୁଲ ଭିତରେ ଛାତ୍ରୀଙ୍କ ସହ ଅଭଦ୍ର ଆଚରଣ । ଶ୍ରେଣୀଗୃହରେ ଛାତ୍ରୀଙ୍କୁ ଏକାକୀ ଦେଖି ମାଡିବସିଲେ ସାର୍‌ । ଆଉ ଏମିତି କିଛି କାମ କରିବସିଲେ ଯାହାକୁ ଦେଖିବା ପରେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ । ହଁ ଆଜ୍ଞା କ୍ଲାସରୁମରେ ଛାତ୍ରୀଙ୍କୁ ଏକାକୀ ଦେଖି ନିଜ ଆଡକୁ ଭିଡିଆଣିଲେ ସାର୍‌ । ନିଜକୁ ସମ୍ଭାଳି ପାରିଲେନି, ଛାତ୍ରୀଙ୍କ ଆଡକୁ ଚାହିଁ କଲେ ଅଶ୍ଳୀଳ ଇଙ୍ଗୀତ । ଆଉ ଏଥିରେ ଛାତ୍ରୀ ଅମଙ୍ଗ ହେବାରୁ ତାଙ୍କୁ ଜୋର ଜବରଦସ୍ତ ମାଡିବସିଲେ ସାର୍‌ ।

ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଏ ସ୍କୁଲରେ । ଯେଉଁଠି କିଛି ଏଭଳି ଘଟଣା ଘଟିଛି ଯାହା ଶିକ୍ଷା ବିଭାଗର ଛବିକୁ ଏକଦମ୍‌ ନୁଅାଁଇ ଦେଇଛି । କ୍ଲାସରୁମ ଭିତରେ ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଟଣାଭିଡାର ଚିତ୍ର ଏବେ ସାମ୍ନାକୁ ଆସିଛି । ଏଠାରେ ଜଣେ ଶିକ୍ଷକଙ୍କ ଉପରେ ଛାତ୍ରୀଙ୍କ ସହିତ ଦୁର୍ବ୍ୟବହାର କରିବା ଓ ବଳାତ୍କାର ଉଦ୍ୟମର ଅଭିଯୋଗ ଆସିଛି ।

ଏହି ଘଟଣା ସୋମବାର କୋସିକଳାଂ ଥାନା ଅଞ୍ଚଳର ଏକ ସ୍କୁଲର । ତେବେ ଅଭିଯୋଗ ଆସିଛି ଯେ ଶିକ୍ଷକ ଜଣଙ୍କ ପ୍ରଥମେ ନିଜ ପୋଷାକ ବାହାର କଲେ ତାପରେ ଛାତ୍ରୀଙ୍କୁ ତାଙ୍କ ପାଖକୁ ଡାକିଲେ । କିନ୍ତୁ ଛାତ୍ରୀ ଜଣଙ୍କ ଏହାକୁ ଯେତେବେଳେ ବିରୋଧ କଲେ ଶିକ୍ଷକ ତାଙ୍କୁ ଧମକ ଦେଲେ । ଆଉ ଏ ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଖୋଜିବା ଆରମ୍ଭ କରିଛି ।

ଏହି ପୁରା ମାମଲା ମଥୁରାର କୋଶିକଳାଂ ଥାନା ଅଞ୍ଚଳର । ଏଠାରେ ଥିବା ଏକ ସରକାରୀ ସ୍କୁଲରେ ପଢ଼ୁଥିବା ଜଣେ ୯ମ ଶ୍ରେଣୀ ଦୁଇ ଦିନ ଧରି ସ୍କୁଲ ଗଲାନାହିଁ। ପରିବାର ଲୋକେ ଯେତେବେଳେ ତାକୁ ସ୍କୁଲ ଯିବାପାଇଁ କହିଲେ ସେତେବେଳେ ସେ ଭୟରେ ଥରିଲା । ତାପରେ ସ୍କୁଲ ଯିବାକୁ ରୋକଠୋକ୍‌ ମନା କରିଦେଲା । ପରିବାର ଲୋକ ସ୍କୁଲ ନଯିବାର କାରଣ ପଚାରିଲେ । ତାପରେ ଛାତ୍ରୀ ଜଣଙ୍କ ବଖାଣିଥିଲେ କ୍ଲାସରୁମ୍‌ ଭିତରେ ଗୋବିନ୍ଦ ସାରଙ୍କ ଦ୍ୱାରା ହୋଇଥିବା ଯୌନ ନିର୍ଯ୍ୟାତନାର କାହାଣୀ। ଏହାପରେ ପରିବାର ଲୋକେ ସ୍କୁଲ ଯାଇ କ୍ଲାସ ରୁମରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କଲେ । ଯେଉଁଥିରେ ଛାତ୍ରୀଙ୍କ ସହିତ ଦୁର୍ବ୍ୟବହାରର ପୂରା ଚିତ୍ର କଏଦ ହୋଇଥିଲା ।

ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିବାର ପ୍ରୟାସ କରାଯାଉଛି । ସିସିଟିିଭି ଆଧାରରେ ଯାଞ୍ଚ ଆଦେଶ ଦିଆଯାଇଛି । କୁହାଯାଉଛି ଯେ ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କ ଉପରେ ଏସିଡ ପକାଇ ମାରିଦେବାକୁ ଧମକ ଦେଇଥିଲେ । ଦର୍ଶକବନ୍ଧୁ ଆପଣ ସିସିଟିଭି ଭିଡିଓରେ ଦେଖିପାରୁଥିବେ ଯେ କେମିିତି ଛାତ୍ରୀ ଜଣଙ୍କ ନିଜକୁ ଶିକ୍ଷକଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ଅପ୍ରାଣ ଉଦ୍ୟମ କରୁଛନ୍ତି । କିନ୍ତୁ ଶିକ୍ଷକ ଜଣଙ୍କ ଏକଦମ୍‌ ପାଗଳ ଭଳି ହେଉଥିଲେ ଏବଂ ଛାତ୍ରୀଙ୍କ ପଛରେ ପୂରା ପଡିଯାଇଥିଲେ । ନିଜ ଦେହରୁ ପୋଷାକ ଖୋଲି ଛାତ୍ରୀଙ୍କ ଆଡକୁ ଅଶ୍ଳୀଳ ଇଙ୍ଗୀତ କରୁଥିବାର ଚିତ୍ର ବି ଦେଖିବାକୁ ମିଳୁଛି । ଶିକ୍ଷକ ଜଣଙ୍କ ଯେତେବେଳେ ଛାତ୍ରୀଙ୍କ ଆଡକୁ ମାଡିଆସିଲେ ସେତେବେଳେ କୌଣସି ମତେ ଛାତ୍ରୀ ଜଣଙ୍କ ନିଜକୁ ରକ୍ଷା କରି ଖସି ପଳାଇଆସିଲେ । ସିସିଟିିଭି ଫୁଟେଜ୍‌ ଦେଖିବା ପରେ ଛାତ୍ରୀଙ୍କ ବାପା ଥାନାରେ ଏଫଆଇଆର ରୁଜୁ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.