ଏସଏଚଜି ମହିଳାଙ୍କଠୁ ଝାମ୍ପିନେଲେ ୮୫ ହଜାର ଟଙ୍କା

କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗାନ୍ଧୀ ଛକ ପରିବା ମାର୍କେଟ ରେଳ ଧାରଣା ନିକଟରୁ ଏସଏଚଜି ମହିଳାଙ୍କଠୁ ୮୫ ହଜାର ଟଙ୍କା ଝାମ୍ପି ଚମ୍ପଟ ମାରିଲେ ଦୁର୍ବୃତ୍ତ ।

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗାନ୍ଧୀ ଛକ ପରିବା ମାର୍କେଟ ରେଳ ଧାରଣା ନିକଟରୁ ଏସଏଚଜି ମହିଳାଙ୍କଠୁ ୮୫ ହଜାର ଟଙ୍କା ଝାମ୍ପି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଇନ୍ଦ୍ରଣି ପାଟଣାର ଏକ  ଏସଏଚଜି ର ମହିଳାମାନେ ଚୌଦ୍ୱାର କଳିଙ୍ଗ ଛକ ସ୍ଥିତ ଇଣ୍ଡିଆନ ବ୍ୟାଙ୍କରୁ ରୁଣ ଟଙ୍କା ଉଠାଇ ପରିବା କିଣିବା ପାଇଁ ଗାନ୍ଧୀ ଛକ ସ୍ଥିତ ପରିବା ମାର୍କେଟକୁ ପରିବା କିଣିବା ପାଇଁ ଯାଇଥିଲେ ।

ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ବ୍ୟାଗଟିକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲଲେ.। ମହିଳାମାନେ ଆସି ଚୌଦ୍ୱାର ଥାନାରେଏ ସଂକ୍ରାନ୍ତରେ ଅଭିଯୋଗ ଦେଇଥିଲା ବେଳେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.