ଗୁୁଣୁପୁର ବିଧାୟକଙ୍କ ଉପସ୍ଥିତିରେ ଶେଷ ହେଲା ୬ ଦାଦନ ଶ୍ରମିକଙ୍କ ଶେଷକୃତ୍ୟ, ଆନ୍ଧ୍ରର ଲାଙ୍କାଭାନିଦାବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ହୋଇଥିଲା ମୃତ୍ୟୁ

ଗୁୁଣୁପୁର (କେନ୍ଯୁଜ):  ଶେଷ ହେଲା ୬ ଦାଦନ ଶ୍ରମିକଙ୍କ ଶେଷକୃତ୍ୟ । ଗୁୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଛାତ୍ର ବିଜେଡି ସଭାପତି ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗୋଟିଏ ଜୁଇରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଲାଙ୍କାଭାନିଦାବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇ ୬ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ବିଧାୟକ ଓ ଛାତ୍ର ବିଜେଡି ସଭାପତି ଘଟଣାସ୍ଥଳରେ ପହଞ୍ଚି ଫ୍ୟାକ୍ଟ୍ରି ମାଲିକଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ଓ ଜଣେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ଶବ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସଂସ୍କାର କରାଯାେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.