ପ୍ରାଇଭେସି ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ, ଶୀଘ୍ର କରନ୍ତୁ ସ୍ମାର୍ଟଫୋନ ଅପଡେଟ

ଭାରତ ସରକାର ସମସ୍ତ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି । ଆପଲ ଆଇଫୋନ, ଆଣ୍ଡ୍ରଏଡ, ୱିଣ୍ଡୋଜ ଡିଭାଇସ ୟୂଜର୍ସଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି । ନୋଡାଲ ସାଇବର ସୁରକ୍ଷା ଏଜେନ୍ସି , CERT-In ଆପଲ ସଫ୍ଟୋୱେୟାର ଇକୋ ସିଷ୍ଟମ , ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଏବଂ ଗୁଗଲ ଆଣ୍ଡ୍ରଏଡ ମୋବାଇଲ ଅପରେଟିଂ ସିଷ୍ଟମରେ ଥିବା ସମସ୍ୟାକୁ ଦୃୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହାକୁ ଖାମଖିଆଲି ମନୋଭାବରେ ନେବାକୁ ସେ ବାରଣ କରିଛନ୍ତି । ତେବେ ପ୍ରକୃତରେ ଘଟଣା କଣ ଚାଲନ୍ତୁ ସେ ସମ୍ପର୍କରେ ଜାଣିବା ।

ଏହି କମ୍ପାନୀର ଅପରେଟିଂ ସିଷ୍ଟମରେ ଥିବା ଅଭାବ ଥିବା ଫିଚର୍ସର ଫାଇଦା ଉଠାଇ ସାଇବର କ୍ରିମିନାଲ ଏହାକୁ ହ୍ୟାକ କରିବାର ସମ୍ଭାବନା ରହିଥିବାର କୁହାଯାଇଛି । ତେଣୁ ଏଥିପାଇଁ ଏହି ସବୁ କମ୍ପାନୀର ଲାଟେଷ୍ଟ ଭର୍ସନ ଡାଉନଲୋଡ ପାଇଁ କହିଛନ୍ତି ।

ସୂଚନା ଅନୁଯାୟୀ, ସାଇବର କ୍ରିମିନାଲ ଆଣ୍ଡଏଡ ଡିଭାଇସର ସିଗନାଲ ଆପ୍ଲିକେସନରେ ଥିବା ଫିଚର୍ସରେ ଅଭାବ ଦେଖିଛନ୍ତି । ଯାହାକୁ ନେଇ କିଛି ଫଟୋ ଅଟୋମେଟିକ ଭାବେ ସେଣ୍ଡ ହୋଇଯାଇଥାଏ । ଏହାଦ୍ୱାରା ୟୁଜର୍ସଙ୍କ ପ୍ରାଇଭେସି ଲିକ ହେବାର ସମ୍ଭାବନା ରହିଛି । ତେଣୁ ଏଥିପାଇଁ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ସିଗନାଲ ଆପର 5.17.3  ଭର୍ସନ ଡାଉନଲୋଡ କରିବା ପାଇଁ କହିଛନ୍ତି ।

ଏହାସହ ଆପଲ ଫୋନ  iOS ଓ iPadOS ରେ ରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି । ଏଥିପାଇଁଁ ଆପଣ Apple macOS Big Sur, iPhone 6s , iPad Air 2 , ଓ iPod touch ଡିଭାଇସକୁ ପ୍ରଭାବିତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.