ଆଇନ ମନ୍ତ୍ରୀଙ୍କ ଅଚାନକ ଖୋର୍ଦ୍ଧା ବ୍ଳକ ଗସ୍ତ, କର୍ମଚାରୀମାନେ ବିଳମ୍ବରେ ଅଫିସ ପହଞ୍ଚୁଥିବାରୁ ହେଲେ କ୍ଷୁବ୍ଧ

ଖୋର୍ଦ୍ଧା(କେନ୍ୟୁଜ୍) ଅଚାନକ ଖୋର୍ଦ୍ଧା ବ୍ଳକ କାର୍ଯ୍ୟାଳୟ ଗ୍ରସ୍ତ କରିଛନ୍ତି ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଦିନ ୧୦ଟାରେ କାର୍ଯ୍ୟାଳୟରେ ପହଞ୍ଚିବା ବେଳେ ସେଠାରେ ବିଡିଓଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତ ଥିବାରୁ ସେ କ୍ଷୁବ୍ଧ ହୋଇଥିଲେ । ସୋମବାର ଦିନ ଲୋକଙ୍କ ଅଭିଯୋଗ ଶୁଣାଣୀ ଥିବା ସତ୍ତ୍ୱେ କେଉଁ କାରଣରୁ ବିଡିଓ ଅନୁପସ୍ଥିତ ଅଛନ୍ତି ବୋଲି ମନ୍ତ୍ରୀ ଅନ୍ୟ କର୍ମଚାରୀଙ୍କୁ ପଚାରିଥିଲେ । ଏଥିସହ ଏକ ଘଣ୍ଟା ଧରି ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ତେବେ ଘଣ୍ଟାଏ ବିଳମ୍ବରେ ବିଡିଓ ପହଞ୍ଚିବରେ ପରେ ମନ୍ତ୍ରୀ ଖପ୍ପା ହେବା ସହ ଏଭଳି ନ କରିବାକୁ ତାଗିତ କରିଥିଲେ । ପରେ ଖୋର୍ଦ୍ଧା ପୌର ପରିଷଦ ଗସ୍ତ କରି ବିଭିନ୍ନ ବାଭାଗର କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.