Below header

ଆଠଗଡ଼ ତିଗିରିଆ ରେଞ୍ଜରେ କଲରାପତରିଆ ଆତଙ୍କ, ଭୟରେ ଗାଁରେ ପଡ଼ିଯାଇଛି ତାଟି କବାଟ

ଆଠଗଡ଼(କେନ୍ୟୁଜ୍): ଗାଁରେ କଲରାପତରିଆ ଆତଙ୍କ । ଆଠଗଡ଼ ତିଗିରିଆ ରେଞ୍ଜରେ କଲରା ପତରିଆ ବାଘ ଆତଙ୍କ । ଭୟରେ ଅଞ୍ଚଳରେ ପଡ଼ିଯାଇଛି ତାଟି କବାଟ । ଗତକାଲି ଏକ ଦୁଇ ମାସର ବାଛୁରୀ ନିଖୋଜ ଥିଲା । ମିଳିଛି ଖଣ୍ଡ ବିଖଣ୍ଡିତ ମୃତଦେହ । ଗତକାଲିଠାରୁ ବାଛୁରୀ ମାଲିକ ବହୁ ଖୋଜାଖୋଜି କରିଥିଲେ । ଆଜି ପୁଣି ଗାଁ ନିକଟରେ ଘଞ୍ଚ ଜଙ୍ଗଲରେ ଖୋଜାଖୋଜି କରିଥିଲେ । କିନ୍ତୁ ବାଛୁରୀଟିର ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ । ବାଛୁରୀର ବେକରେ ଦାନ୍ତର ଆଘାତ ଦେଖିଥିଲେ ।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିଲା । ତେବେ ଅଞ୍ଚଳରେ କଲରାପତରିଆ ବାଘ ଥିବା ସନ୍ଦେହ କରାଯାଉଥିବା କହିଛନ୍ତି ରେଞ୍ଜର । ଗତବର୍ଷ ଏହି ସମୟରେ ଏକ କଲରା ପତରିଆ ବାଘ ଫାଶରେ ପଡ଼ି ମୃତ୍ୟୁବରଣ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.