Below header

କାହିଁକି ପାଇଖାନା ଭିତରେ ଦିନ କାଟୁଛନ୍ତି କମଳଚନଙ୍କ ପରିବାର ?

ସମାଜରେ ବହୁତ ଉନ୍ନତି ହୋଇଥିଲେ ମଧ୍ୟ, ଦାରିଦ୍ରତାର ସିମାରେଖା ତଳେ ଲୋକେ ଆଜି ବି ଦିନ କାଟୁଛନ୍ତି। ଭୁଶୁଡି ପଡିଛି କୁଡିଆ ଘର । ଆଉ ଥରେ ଘର ଠିଆ କରିବାକୁ ପାଖରେ ସମ୍ବଳ ନାହିଁ । ବାଧ୍ୟ ହୋଇ ଦୀର୍ଘ ବର୍ଷ ହେଲା ପାଇଖାନାରେ ମୁଣ୍ଡ ଗୁଞ୍ଜିଛନ୍ତି ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍ ନୂଆଗଡ ଗାଁର କମଳଚନଙ୍କ ପରିବାର । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି।

ଅସହାୟ ଅବସ୍ଥାରେ କମଳଚନଙ୍କ ପରିବାର । ପାଇଖାନା ଘରେ ଜୀବନ ବିତାଉଛନ୍ତି ୫ ପ୍ରାଣୀ । ମିଳିଥିବା ଦୁଇଟି ପାଇଖାନା ଘରର ମଝି କାନ୍ଥକୁ ଭାଙ୍ଗି ସେଠାରେ ରହୁଛନ୍ତି ଏମାନେ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍ ନୂଆଗଡ ଗାଁରେ ପୁରା ପରିବାର ଧରି ରହନ୍ତି କମଳଚନ । ଲଗାଣ ବର୍ଷାରେ ନିଜର ଥିବା ଝାଟିମାଟି ଘର ଭୁଷୁଡି ଯିବା ପରେ ଏବେ କମଳଚନଙ୍କ ପରିବାରର ଏ ଦୁର୍ଦ୍ଦଶାହୋଇଛି । ସରକାରୀ ସହାୟତା କହିଲେ ମାସକୁ ମିଳୁଛି କେବଳ ୩୫ କେଜି ଚାଉଳ ।

toilet lifeଏହି ଘଟଣା ସମ୍ପର୍କରେ ଅବଗତ କରାଇବାକୁ ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି କମଳଚନ । ହେଲେ କେହି ଶୁଣୁନାହାନ୍ତି । ତେବେ ଖୁବଶୀଘ୍ର ତାଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଏଡିଏମ୍ କହିଛନ୍ତି ।

ରିପୋର୍ଟ- ଫାଲଗୁନି ପାତ୍ର, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.