ଐତିହାସିକ ସଫଳତା : ସିନ୍ଧୁ ଜିତିଲେ ଓ୍ଵାର୍ଲଡ୍‌ ଟୁର୍‌ ଟାଇଟଲ୍‌

ନୂଆଦିଲ୍ଲୀ : ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର ପି.ଭି ସିନ୍ଧୁଙ୍କ ଆଉ ଏକ ଐତିହାସିକ ସଫଳତା । ବିଡବଲ୍ୟୁଏଫ୍‌ ଓ୍ଵାର୍ଲଡ୍‌ ଟୁର ଫାଇନାଲ୍‌ରେ ଜିତି ଚାମ୍ପିଅନ୍‌ ହେଲେ ସିନ୍ଧୁ । ଆଜିର ଫାଇନାଲ୍‌ ମ୍ୟାଚ୍‌ରେ ସିନ୍ଧୁ ୨୧-୧୯, ୨୧-୭ରେ ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ଚଳିତ ବର୍ଷ ନିଜର ପ୍ରଥମ ଟାଇଟଲ୍‌ ହାସଲ କରିଛନ୍ତି । ଓ୍ଵାର୍ଲଡ ଟୁର୍‌ ଟାଇଟଲ୍‌ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ପୂର୍ବରୁ ସାଇନା ନେହଓ୍ଵାଲ, ଜ୍ୱାଲା ଗୁଟ୍ଟା ପ୍ରମୁଖ ରନର୍‌ ଅପ୍‌ ହୋଇଥିଲେ ସିନା ଚାମ୍ପିଅନ୍‌ ହୋଇ ପାରିନଥିଲେ ।

SINDHU-3ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ପାଇଁ ଚଳିତ ବର୍ଷଟି ଏପର୍ଯ୍ୟନ୍ତ ଭଲ ଯାଇ ନଥିଲା । ସେ ବିଭିନ୍ନ ପ୍ରତିଯୋଗିତାରେ ସଂଘର୍ଷ କରି ମଧ୍ୟ ଗୋଟିଏ ହେଲେ ଟାଇଟଲ୍‌ ଜିତି ପାରିନଥିଲେ । ତେଣୁ ଏହି ଟାଇଟଲ୍‌ ଜିତି ସଫଳତାର ସହ ୨୦୧୮ ବର୍ଷ ଶେଷ କରିବାକୁ ଯାଉଛନ୍ତି ସିନ୍ଧୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.