ରାଉରକେଲା ଫୁଟବଲ ଖେଳପଡ଼ିଆରେ ବଜ୍ରାଘାତ : ୨ ମୃତ, ୫ ଗୁରୁତର

ରାଉରକେଲା : ଫୁଟବଲ ଖେଳପଡ଼ିଆରେ ବଜ୍ରାଘାତ । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାଉରକେଲା ହାତୀବାରୀ ଗାଁରେ ଘଟିଛି ଏହି ଅଘଟଣ । ୨୦ଜଣ ପିଲା ଫୁଟବଲ ଖେଳୁଥିବାବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିଲେ । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.