ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶରୁ ୯ଟି ପାଳନ କରିବାକୁ ସହମତି

ପୁରୀ : ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶରୁ ୯ଟି ପାଳନ କରିବାକୁ ସହମତି ପ୍ରକାଶ ପାଇଛି । ଏଣିକି ହୋର୍ଡିଂରେ ଲେଖାଯିବ ମହାପ୍ରସାଦ ମୂଲ୍ୟ । ମହାପ୍ରସାଦର ମାନରକ୍ଷା ସହ ରେଟଚାର୍ଟ ପ୍ରସ୍ତୁତ କରିବା ଓ ରୋଷଘର ଚୁଲା ପ୍ରଶାସନ ହାତକୁ ନେବା ସଂକ୍ରାନ୍ତ ନିର୍ଦ୍ଦେଶକୁ ଅନୁପାଳନ କରାଯିବ । ଧାଡ଼ିଦର୍ଶନ, ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ଲାଗୁ କରିବା ପାଇଁ ମଧ୍ୟ ସେବାୟତଙ୍କ ସହମତି ମିଳିଛି । ଶ୍ରୀମନ୍ଦିର ନିକଟରେ ସେବାୟତ ଓ ଭକ୍ତଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଛି । ତେବେ ସୁପ୍ରିମକୋର୍ଟଙ୍କ ଅନ୍ୟ ୩ଟି ନିର୍ଦ୍ଦେଶର ପୁନର୍ବିଚାର ପାଇଁ ନିଯୁକ୍ତ ଆମିକସ୍ କ୍ୟୁରୀଙ୍କୁ ଅନୁରୋଧ କରାଯିବ ।

ସେବାୟତଙ୍କ ବଂଶାନୁକ୍ରମିକ ନିଯୁକ୍ତି ଉଚ୍ଛେଦ, ଶ୍ରୀମନ୍ଦିରରେ ଦାନଦକ୍ଷିଣା ଗ୍ରହଣ ବନ୍ଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ପ୍ରସ୍ତାବକୁ ନେଇ ସେବାୟତମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅନୁରୋଧ କରିବେ । ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଉପରେ ଆସନ୍ତା ୧୭ ତାରିଖରେ ପରିଚାଳନା ବୈଠକରେ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜିଲ୍ଲାପାଳ, ଏସ୍ପି ଓ ସେବାୟତ ନିଯୋଗ ସାମିଲ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.