Below header

ଆଭ୍ୟନ୍ତରୀଣ ଓଡିଶାରେ ପୁଣି ଏକ ଘୂର୍ଣ୍ଣିବଳୟ ,ଆସନ୍ତା କାଲି ସକାଳ ୮ ଟା ୩୦ ସୁଦ୍ଧା କିଛି ଜିଲ୍ଲାମାନଙ୍କରେ ବିଜୁଳି ଓ ଘଡଘଡି ସହ ବର୍ଷାର ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଭିତରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ମାନଙ୍କରେ ମୟୁରଭଞ୍ଜ,ସୁନ୍ଦରଗଡ,ଝାରସୁଗୁଡା,ଦେବଗଡ.ସମ୍ବଲପୁର,ଅନୁଗୁଳ,ଢେଙ୍କାନାଳ ଓ ବରଗଡ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ବାଲେଶ୍ୱର,କନ୍ଧମାଳ ଓ କଳାହାଣ୍ଡିରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

କୋରାପୁଟ,କଟକ,ମାଲକାନାଗିରି,ଗଞ୍ଜାମ,ଗଜପତି,ରାୟଗଡା,ବଲାଙ୍ଗୀର , ନୟାଗଡ ,କେନ୍ଦ୍ରାପଡା,ଭଦ୍ରକ ଓ ଯାଜପୁର ଏହି ଜିଲ୍ଲାମାନଙ୍କରେ ଗୋଟିଏରୁ ଦୁଇଟି ସ୍ଥାନମାନଙ୍କରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ରହିଛି । ଆସନ୍ତା କାଲି ସକାଳ ୮ ଟା ୩୦ ସୁଦ୍ଧା କିଛି ଜିଲ୍ଲାମାନଙ୍କରେ ବିଜୁଳି ଓ ଘଡଘଡିର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲାୟ କଟକ,କଳାହାଣ୍ଡି,କନ୍ଧମାଳ,ରାୟଗଡା,କୋରାପୁଟ ଏବଂ ଗଞ୍ଜାମ ।

ଓଡିଶାର ମୟୁରଭଞ୍ଜ,କେଉଁଝର,ସୁନ୍ଦରଗଡ,ସମ୍ବଲପୁର,ଝାରସୁଗୁଡା , ଦେବଗଡ ଓ ବାଲେଶ୍ୱର ଜିଲ୍ଲା ରେ ଗତ ୨୪ ଘଣ୍ଟା ଭିତରେ ସ୍ୱଳ୍ପ ରୁ ମଧ୍ୟ ଧରଣର ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୁରଭଞ୍ଜର ବାଙ୍ଗିରିପୋଷୀ ଠାରେ ସର୍ବାଧିକ ୫୧.୨ ମି.ମି ବର୍ଷା ହୋଇଥିବା ରେକର୍ଡ ହୋଇଛି ।  ବାରିପଦାରେ ୪୨ ମିଲିମିଟର ହୋଇଥିବା ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.