ଫୋନ୍‌ ପେ ଓ ପିଏନ୍‌ବି ସମେତ ୬ ସଂସ୍ଥାକୁ ବଡ଼ ଝଟ୍‌କା ଦେଲା RBI, ଲଗାଇଲା ଏତେ କୋଟି ଟଙ୍କାର ଜରିମାନା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସୋଡେକ୍ସୋ ଓ ଫୋନ୍‌ ପେ ସମେତ ୬ ସଂସ୍ଥା ଉପରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୫.୭୮ କୋଟି ଟଙ୍କା ଜରିମାନା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। RBI ତରଫରୁ ପେମେଣ୍ଟ ଆଣ୍ଡ୍‌ ସେଟେଲମେଣ୍ଟ ସିଷ୍ଟମ୍‌ ଆକ୍ଟ, ୨୦୦୭ର ଧାରା ୩୦କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଆଦାୟ କରାଯିବ।

ଏହି ୬ଟି ସଂସ୍ଥାକୁ ଦେବାକୁ ପଡ଼ିବ ଜରିମାନା:

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମେତ RBI ସୋଡେକ୍ସୋ ଏସ୍‌ବିସି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ମୁଥୁଟ୍‌ ଭେଇକଲ ଆଣ୍ଡ ଆସେଟ୍‌ ଫାଇନାନ୍ସ ଲିମିଟେଡ୍‌, କ୍ୱିକ୍‌ ସିଲଭର ସଲ୍ୟୁସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଫୋନ୍‌ପେ ପ୍ରାଇଭେଟ୍‌ ଲିମିଟେଡ୍‌, ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ ଲିମିଟେଡ୍‌କୁ ଏହି ତଣ୍ଡ ଗଣିବାକୁ ପଡ଼ିବ।

phone pe

ସୋଡେକ୍ସୋ ଉପରେ ସର୍ବାଧିକ ୨କୋଟି ଟଙ୍କାର ଜରିମାନା ଲାଗିଛି। ସେହିପରି ପିଏନ୍‌ବି ଓ କ୍ୱିକ୍‌ ସିଲଭର ସଲ୍ୟୁସନ୍ସ ଉପରେ ୧-୧ କୋଟି ଟଙ୍କାର, ଫୋନ୍‌ ପେ ଉପରେ ୧.୩୯ କୋଟି ଟଙ୍କାର, ମୁଥୁଟ୍‌ ଭେଇକଲ ଆଣ୍ଡ ଆସେଟ୍‌ ଫାଇନାନ୍ସ ଉପରେ ୩୪.୫୫ ଲକ୍ଷ ଟଙ୍କା ଓ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍‌ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି RBI।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.