ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ, ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଲେ ଦାବି

ପୁରୀ(କେନ୍ୟୁଜ୍):  ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ। ବିଜେପି ରାଷ୍ଟ୍ରୀୟ ସଂପାଦକ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏହାସହ ହାଜତ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ସହ ମାନବାଧିକାର କମିସନଙ୍କ ଦ୍ୱାରା ସରଜମିନ ତଦନ୍ତ କରିବାକୁ ଦାବି କରିଛନ୍ତି।

ବିଜେପି ପ୍ରତିନିଧି ମଣ୍ଡଳ ଏକ ରାଲି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ନିକଟରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେପଟେ ମୃତକଙ୍କ ଦାଦା ଆଜି ଘରକୁ ଫେରିଥିବା ବେଳେ ତାଙ୍କ ବାପାମା କିନ୍ତୁ ଘରକୁ ଫେରିନାହାନ୍ତି। ତିନିଦିନ ତଳେ ବିଳମ୍ବିତ ରାତିରେ ବାପାମା ଓ ଦାଦାଙ୍କୁ ପୋଲିସ ଅଜ୍ଞାନ ସ୍ଥାନକୁ ନେଉଯାଇଥିଲା।

bjp team

ବାପାମାଙ୍କ ସମ୍ମତିରେ ସ୍ୱର୍ଗଦ୍ୱାରରେ ମୃତଦେହ ଦାହ କରିବା ସହ ସେମାନଙ୍କୁ ପୋଲିସ ପ୍ରଲୋଭିତ କରିଥିବା ରମେଶଙ୍କ ଦାଦା କହିଛନ୍ତି। ଏହାସହ ମୃତକ କେ. ରମେଶଙ୍କ ମୃତଦେହ ସତ୍କାରର ଭିଡିଓ ଜାରି କରାଯାଇଛି। ସ୍ୱର୍ଗଦ୍ୱାରରେ ଶବ ସତ୍କାରର ସିସିଟିଭି ଫୁଟେଜ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.