ଏପ୍ରିଲ୍‌ରୁ କମିବ ସ୍କୁଲ ବ୍ୟାଗ୍‌ ବୋଝ , ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ

ଭୁବନେଶ୍ବର: ଏବେ କମିବ ସ୍କୁଲ ବ୍ୟାଗ୍ ବୋଝ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବାରମ୍ବାର ଚିଠି, ତାଗିଦ୍ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ୨୦୧୯-୨୦ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସବୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କେଉଁ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ କେତେ ରହିବ ତାହା ସ୍ପଷ୍ଟ କରାଯାଇଛି। ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ କୁହାଯାଇଛି।

10schoolତେବେ ଗାଇଡଲାଇନ୍ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ। ବିଦ୍ୟାଳୟରେ ସେମାନଙ୍କୁ କେବଳ ମାତୃଭାଷା ଓ ଗଣିତ ବିଷୟରେ ହିଁ ଶିକ୍ଷା ଦିଆଯିବ। ୩ୟ ଶ୍ରେଣୀ ରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ, ଇଂରାଜୀ , ମାତୃଭାଷା ଓ ପରିବେଶ ବିଜ୍ଞାନ ବିଷୟରେ ଶିକ୍ଷା ପ୍ରଦାନ କରାଯିବ।

schoolପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମ୍ଓ୍ବାର୍କ ଦିଆଯିବ ନାହିଁ। ସ୍କୁଲରେ ହିଁ ପାନୀୟ ଜଳ ସୁବିଧା କରାଯିବ। ଯାହାଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି। ପୁସ୍ତକରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ସ୍ବତନ୍ତ୍ର ପିରିୟଡ୍ ରଖାଯିବ। ସେହିପରି ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗ୍ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗ୍ର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୫ କେଜିରୁ ଅଧିକ ହେବ ନାହିଁ। ଏଥିସହ ପିଲାଙ୍କୁ ହୋମ୍ୱାର୍କ ଦିଆଯିବା ଉପରେ କଟକଣା ଲଗାଯାଇଛି।

home work1ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ହୋମ୍ଓ୍ବାର୍କକୁ ନେଇ ସ୍କୁଲଗୁଡ଼ିକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବେ। ପିଲାଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେବେ। ସ୍କୁଲଗୁଡ଼ିକ ଷ୍ଟେଟ୍ କାଉନ୍ସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏସ୍‌ସିଇଆର୍‌ଟି ଦ୍ୱାରା ଅନୁମୋଦିତ ବହି ହିଁ ବ୍ୟବହାର କରିବାକୁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏହି ନିୟମ ଲାଗୁ ହେବ।

Leave A Reply

Your email address will not be published.