Below header

ନୂଆରୂପ ପାଇବ ଲିଙ୍ଗରାଜ ମନ୍ଦିର, ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ କାଶ୍ମୀର ଓ ଋଷିକେଶର ପଣ୍ଡିତ

ନୂଆରୂପ ପାଇବ ଲିଙ୍ଗରାଜ ମନ୍ଦିର। ଆଜିଠୁ ୩ ଦିନ ଧରି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ଯୋଗ ଦେବେ କାଶ୍ମୀର ଓ ଋଷିକେଶର ପଣ୍ଡିତ । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।

ଭୁବନେଶ୍ୱର :  ନୂଆରୂପ ପାଇବ ଲିଙ୍ଗରାଜ ମନ୍ଦିର। ଆଜିଠୁ ୩ ଦିନ ଧରି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ଯୋଗ ଦେବେ କାଶ୍ମୀର ଓ ଋଷିକେଶର ପଣ୍ଡିତ । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ। ସନ୍ଧ୍ୟାରୁ ଆରମ୍ଭ ହେବ ଯଜ୍ଞ। ୩ ଦିନ ଧରି ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ଵନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର ।

୨୮ ଗୋଟି କଳସରେ ପାଣି ତୋଳାଯାଇ ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହେବ । ପଦ୍ମପାଖୁଡ଼ା ପଥରରେ ହେବ ଶିଳାନ୍ୟାସ । ୨୮ରେ ପୂର୍ଣ୍ଣାହୁତିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବ୍ୟ ସମାରୋହରେ ଯୋଗ ଦେବେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତିନି ଦିନିଆ ଉତ୍ସବରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁଖେଶ୍ୱର ମନ୍ଦିର, ବିନ୍ଦୁ ସାଗର ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିର ଗୁଡିକ ଆଲୋକରେ ସୁସଜ୍ଜିତ କରାଯିବ।

ଆଜିଠୁ ବିଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍ଟ , ଲାଇଟ୍‌ ଏବଂ ସାଉଣ୍ଡ ସୋ, ନୃତ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ପାଇବେ ଲୋକେ। ୨୭ ଓ ୨୮ ସନ୍ଧ୍ୟାରେ ଭଜନ ସମାରୋହ ମଧ୍ୟ ଆୟୋଜିତ ହେବ। ତିନି ଦିନିଆ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.