Below header

ନଦୀରେ ଖସିପଡିଲା ପିଚୁ ଏବଂ ସଲଫର ଭର୍ତ୍ତି ଥିବା ମାଲବାହୀ ଟ୍ରେନ, ସ୍ଥାନୀୟ ଲୋକଙ୍କୁ ଜଳ ଯୋଗାଣ ବନ୍ଦ

ପିଚୁ ଓ ସଲଫର ଭର୍ତ୍ତି ଥିବା ଟ୍ରେନ ବ୍ରିଜ ଉପର ଦେଇ ଯାଉଥିବା ବେଳେ ବ୍ରିଜଟି ଭାଙ୍ଗିପଡିଛି । ଫଳରେ ଟ୍ରେନର ବଗି ନଦୀରେ ପଡିଛି । ଆଉ ରାସାୟନିକ ଜିନିଷ ନଦୀରେ ଜଳରେ ମିଶିଥିବାରୁ ସ୍ଥାନୀୟ ଲୋକଙ୍କ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି । ଆମେରିକାର ୟୋଲୋଷ୍ଟୋନ ନଦୀ ଉପରେ ଘଟିଛି ଦୁର୍ଘଟଣା ।

ଭାଙ୍ଗିଗଲା ରେଲୱେ ବ୍ରିଜ ଆଉ ନଦୀରେ ଭାସିଗଲା ଟ୍ରେନ । ଏମିତି ଆମେରିକା ମୋଣ୍ଟାନାରେ ଥିବା ୟୋଲୋଷ୍ଟୋନ ନଦୀରେ ହୋଇଥିବା ବ୍ରିଜରେ ଘଟିଛି । ମାଲବାହୀ ଟ୍ରେନର କିଛି ବଗି ପାଣିରେ ଭାସିଯାଇଛି । ଏହି ଟ୍ରେନ ବଗିରେ ଆସଫାଲଟ(ପିଚୁ ମିଶ୍ରିତ ତରଳ ପଦାର୍ଥ) ଏବଂ ତରଳ ସଲଫର ଯାଉଥିଲା । ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଛି । ନଦୀରେ ଟ୍ରେନର ବଗି ଭାସିଯାଇଥିବାରୁ ସ୍ଥାନୀୟ ଲୋକଙ୍କ ପିଇବା ପାଣି ବନ୍ଦ କରିଦିଆଯାଇଛି ।

ସୂଚନା ଅନୁସାରେ,ଟ୍ରେନଟି ନଦୀ ଉପର ବ୍ରିଜ ଦେଇ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଯାଇଛି । ମଝି ରାସ୍ତାରେ ଟ୍ରେନର ଭାର ସମ୍ଭାଳି ନ ପାରି ଭୁଶୁଡି ପଡିଛି ଏହି ବ୍ରିଜ । ବ୍ରିଜଟି ଭାଙ୍ଗିଯିବା ଯୋଗୁଁ ଟ୍ରେନର ଏକାଧିକ ବଗି ନଦୀ ଭିତରକୁ ଖସିପଡିଛି । ଆଉ ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି ନଦୀରେ ପାଣି ଥିବା ବେଳେ ଟ୍ରେନର ଏକାଧିକ ବଗି ପାଣିରେ ଭାସିଯାଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ରେଳକର୍ମଚାରୀ ପହଞ୍ଚିଛନ୍ତି ଏବଂ ଯେପରି ଅଧିକ କିଛି କ୍ଷୟକ୍ଷତି ଆକଳନ କରିବା ସହିତ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ନଦୀରେ ୩ଟି ପିଚୁ ବଗି ଏବଂ ୪ଟି ସଲଫର ଟ୍ୟାଙ୍କ ଗଳିପଡିଛି । ଭରା ନଦୀ ଉପରେ ଯାଉଥିବା ମାଲବାହୀ ଟ୍ରେନ ପୋଲ ଭାଙ୍ଗିବା ପରେ ବର୍ତ୍ତମାନ ନଦୀର ପ୍ରଖର ସ୍ରୋତରେ ଖସି ପଡିଛି । ସ୍ଥାନୀୟ ଲୋକଙ୍କ ପିଇବା ପାଣିକୁ ବନ୍ଦ କରିଦିଆଯାଇଛି । ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶିବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ବ୍ରିଜ କେମିତି ଭାଙ୍ଗିଲା ଏହାକୁ ନେଇ ଯାଞ୍‌ଚ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ବ୍ରିଜର ଅବସ୍ଥା ଖରାପ ହେବା ଫଳରେ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.